Report Card Odisha

| Daily Odia News

ପ୍ରିୟଙ୍କା-ଜଗନ୍ନାଥଙ୍କ ମଧ୍ୟରେ କଲେଜ ପଢିବା ସମୟରୁ ସମ୍ପର୍କ ଗଢିଉଠିଥିଲା….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଭୁବନେଶ୍ବର ଭୀମଟାଙ୍ଗି ଅଞ୍ଚଳରେ ମହିଳା ପ୍ରିୟଙ୍କାଙ୍କୁ ବୀଭତ୍ସ ହତ୍ୟା ପଛର ଗୁମର ଧୀରେ ଧୀରେ ଖୋଲିବାରେ ଲଗିଛି । କଲେଜ ପଢିବା ବେଳରୁ ପ୍ରିୟଙ୍କା ଏବଂ ଜଗନ୍ନାଥଙ୍କ ମଧ୍ୟରେ ସମ୍ପର୍କ ଗଢିଉଠିଥିଲା । ପ୍ରିୟଙ୍କାଙ୍କ ବିବାହ ପରେ ଉଭୟେ ଦୂରେଇ ଯାଇଥିଲେ । ଜଗନ୍ନାଥ ବେଙ୍ଗାଲୁରୁ ପଳାଇଯାଇଥିଲେ । ଗତବର୍ଷ ଲକ୍‌ଡାଉନ୍‌ ବେଳେ ଘରକୁ ଫେରିଥିଲେ ଜଗନ୍ନାଥ । ପୁଣି ଥରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା । ଉଭୟେ ଘଣ୍ଟା ଘଣ୍ଟା ଧରି କଥା ବି ହେଉଥିଲେ । ଏମିତି କିଛିଦିନ ଚାଲିବା ପରେ ପୁଣି ସମ୍ପର୍କରେ ଫାଟ ସୃଷ୍ଟି ହେଲା । ସଂପର୍କରେ ତିକ୍ତତା ଯୋଗୁଁ ଉଭୟଙ୍କ ମଧ୍ୟରେ ଝଗଡା ବି ଆରମ୍ଭ ହୋଇଥିଲା । ଶେଷରେ ସବୁ ସୀମା ଲଙ୍ଘିଥିଲେ ଜଗନ୍ନାଥ । ପ୍ରଥମେ ପ୍ରିୟଙ୍କାଙ୍କ ପୁଅକୁ ମାରିବା ପରେ ତାଙ୍କୁ ମାରି ନିଜେ ଆତ୍ମହତ୍ୟା କରିବାର ପ୍ଲାନ୍ ଥିଲା ଜଗନ୍ନାଥଙ୍କର । ହେଲେ ପ୍ରିୟଙ୍କାଙ୍କୁ ମାରି ନିଜେ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ ଜଗନ୍ନାଥ । ଗୁରୁତର ଅବସ୍ଥାରେ ଭର୍ତ୍ତି ହୋଇଛନ୍ତି ମେଡିକାଲରେ । ଭୁବନେଶ୍ବର ଭୀମଟାଙ୍ଗି ଅଞ୍ଚଳରେ ମହିଳା ପ୍ରିୟଙ୍କାଙ୍କୁ ବୀଭତ୍ସ ହତ୍ୟା ପଛର ଗୁମର ଧୀରେ ଧୀରେ ଖୋଲିବାରେ ଲଗିଛି । ପ୍ରେମିକ ତଥା ହତ୍ୟାକାରୀ ଜଗନ୍ନାଥ ପ୍ରଧାନର ‘ହ୍ବାଟସ୍‌ ଅପ୍‌ ଚାର୍ଟ’ ଏୟାରଫିଲ୍ଡ ଥାନା ପୋଲିସ ହାତରେ ଲାଗିଥିଲା । ଏହାବାଦ ଜଗନ୍ନାଥର ପରିବାର ଲୋକ ମଧ୍ୟ ଉଭୟଙ୍କ ପ୍ରେମ ସମ୍ପର୍କ ନେଇ ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲିଥିଲେ । ଯେଉଁଥିରୁ ପ୍ରେମ ସମ୍ପର୍କରେ ତିକ୍ତତା ଯୋଗୁଁ ଜଗନ୍ନାଥ ଏମିତି କାଣ୍ଡ ଭିଆଇଥିବା ପୋଲିସ ସନ୍ଦେହ କରୁଛି । ଜଗନ୍ନାଥଙ୍କ ମା’ ବି କହିଥିଲେ ଜଗନ୍ନାଥଙ୍କର ପ୍ରିୟଙ୍କାଙ୍କ ସହ ପ୍ରେମ ସଂପର୍କ ଥିଲା ।

 

 

 

Breaking News