ରିପୋର୍ଟ କାର୍ଡ / କଟକ
ବାଦାମବାଡ଼ି ଅନୁଗୁଳ ବସ୍ଷ୍ଟାଣ୍ଡରେ ନିର୍ମାଣ ହେବ ଅତ୍ୟାଧୁନିକ ବିଶ୍ୱସ୍ତରୀୟ ବିଶ୍ୱନାଥ ପଣ୍ଡିତ ପାଠାଗାର ଓ ଗବେଷଣା କେନ୍ଦ୍ର। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିବା ବେଳେ ୩୦ କୋଟି ୫୮ ଲକ୍ଷ ୩୧ ହଜାର ୧୦୦ ଟଙ୍କା ଖର୍ଚ୍ଚ ପ୍ରସ୍ତାବକୁ ମଞ୍ଜୁରି କରିଛନ୍ତି। କଟକ ସହର ଓ ଏହାର ଆଖପାଖ ଅଞ୍ଚଳର ଛାତ୍ରଛାତ୍ରୀ ଓ ଯୁବପିଢ଼ି ଏହା ଦ୍ବାର ବିଶେଷ ଭାବେ ଉପକୃତ ହେବେ। ବିଭିନ୍ନ ନିଯୁକ୍ତି କ୍ଷେତ୍ରରେ ଆଶାୟୀମାନଙ୍କ ପାଇଁ ଉକ୍ତ ପାଠଗାର ବିଶେଷ ସହାୟକ ହେବ। ପାଠାଗାରର ନିର୍ମାଣ ଦାୟିତ୍ବ ପୌର ନିଗମକୁ ପ୍ରଦାନ କରାଯାଇଥିବା ବେଳେ ଆଗକୁ ଏହାର ଡିପିଆର୍ ପ୍ରସ୍ତୁତ କରାଯିବା ସହ ଖୁବ୍ଶୀଘ୍ର ଟେଣ୍ଡର୍ ପକ୍ରିୟା ଆରମ୍ଭ କରାଯିବ ବୋଲି ନିଗମ ପକ୍ଷରୁ କୁହାଯାଇଛି। ଏକ ସମୟରେ ୧୫ଶହରୁ ଅଧିକ ଛାତ୍ରଛାତ୍ରୀ ଏଠାରେ ବସି ପଢିବାର ସୁଯୋଗ ପାଇପାରିବେ।






More Stories
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….
ବିଧାନସଭା ପରିସରରେ ଗାନ୍ଧୀ ଜୟନ୍ତୀ ପାଳିତ…..
ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ରାଜ୍ୟପାଳ…..