ରିପୋର୍ଟ କାର୍ଡ / କଟକ
ଗିରଫ ଠକ ମୌଲାନାର ରିମାଣ୍ଡ ଶେଷ ହୋଇଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କଟକ ଡିସିପି ପିନାକ ମିଶ୍ର | କହିଛନ୍ତି କି ତନ୍ତ୍ରମନ୍ତ୍ର ନାଁରେ ଲୋକଙ୍କଠାରୁ କୈଫି ଖାନ୍ କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ଠକେଇ କରିଛି। ତା ନାଁରେ ୬ ଟି ଏତଲା ପଞ୍ଜୀକୃତ ହୋଇଛି। ଏଥିମଧ୍ୟରୁ ୫ ଟି ମଙ୍ଗଳାବାଗ ଥାନା ଓ ଗୋଟିଏ ସଦର ଥାନାରେ ପଞ୍ଜୀକୃତ ହୋଇଛି। ଠକାମୀ ଟଙ୍କାର ବିନିଯୋଗ ନେଇ ପୋଲିସ ଅଧିକ ତଥ୍ୟ ହାସଲ କରିଛି। କଟକ ଡିସିପି ପିନାକ ମିଶ୍ର ଆହୁରି କହିଛନ୍ତି, ଠକ ମୌଲାନାର ୯୫ଟି ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରାଯାଇଛି। ଯେଉଁଥିରେ ୨୯ ଲକ୍ଷ ୫୬ ହଜାର ଟଙ୍କାର ଥିଲା। କେତେକ ଏଲଆଇସି ବଣ୍ଡ ଜବତ କରାଯାଇଛି। ଠକାମିର ପଇସା ଏଥିରେ ବିନିଯୋଗ ହୋଇଛି କି ନାହିଁ ସେ ନେଇ ତଦନ୍ତ ଚାଲିଛି। ଯଦି ଠକ ମୌଲାନାର ଠକାମିର ଶିକାର ବ୍ୟକ୍ତି ଆଉ କିଏ ଥିବେ ସେମାନେ ଆସି ଏତଲା ଦେଇ ପାରିବେ। ଗିରଫ ଡ୍ରାଇଭର ମୌଲାନାର ମୁଖ୍ୟ ସହଯୋଗୀ ଥିଲା। ଆବଶ୍ୟକ ପଡ଼ିଲେ ଆଉ ଥରେ ତାକୁ ରିମାଣ୍ଡରେ ଅଣାଯିବ। କୈଫି ଖାନର ଗ୍ୟାଙ୍ଗଷ୍ଟର ସହ ସମ୍ପର୍କ ଅଛି କି ନାହିଁ ସେ ନେଇ କୌଣସି ପ୍ରମାଣ ମିଳିପାରି ନାହିଁ। ଠକେଇ ଟଙ୍କାର ତଦନ୍ତ ପାଇଁ ଆବଶ୍ୟକ ପଡ଼ିଲେ ଇଓଡବ୍ଲୁର ସହଯୋଗ ନିଆଯିବ ବୋଲି କଟକ ଡିସିପି ସୂଚନା ଦେଇଛନ୍ତି।






More Stories
ତେଲିଆ ଖାଦ୍ୟକୁ ‘ନା’, ସୁସ୍ଥ ଖାଦ୍ୟକୁ ‘ହଁ’……
ସେତୁ ବନ୍ଧନ ଯୋଜନାରେ ହେବ ୩,୧୬୭ଟି ସେତୁ…..
ବିଜୁଳି-ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା…..