ରିପୋର୍ଟ କାର୍ଡ / କଟକ
ମାଲଗୋଦାମ ଡାଲି ବ୍ୟବସାୟୀ ସେକ୍ ଫାରୁକ୍ ହତ୍ୟା ମାମଲାରେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ୨ ମୁଖ୍ୟ ଅଭିଯୁକ୍ତ ସୁଶାନ୍ତ ଓ ସୁଶିଲ ଧଳସାମନ୍ତ। ଏଥିସହ ସହଯୋଗୀ ଆରିଫ୍ ଖାଁକୁ ମଧ୍ୟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ଜିଲ୍ଲା ଦୌରା ଜଜ୍। ତଥ୍ୟ ପ୍ରମାଣ ଅଭାବରୁ ଏ ତିନିଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କଟକ ଜିଲ୍ଲା ଓ ଦୌରାଜଜ୍ । ଫାରୁକ୍ ହତ୍ୟାକାଣ୍ଡ ମାମଲାରେ ପ୍ରମାଣ ଅଭାବରୁ କୋର୍ଟରୁ ୪ ଜଣ ଧଳସାମନ୍ତ ସହଯୋଗୀ ନିର୍ଦ୍ଦୋଷରେ ଖଲାସ ହୋଇ ସାରିଛନ୍ତି। ମାମଲାରେ କେବଳ ଭରତ ସ୍ବାଇଁ ନାମକ ଅଭିଯୁକ୍ତ ଫେରାର ଅଛି । ସୂଚନାଯୋଗ୍ୟ, ୨୦୧୪ ନଭେମ୍ବର ୧୧ ତାରିଖରେ ମାଲଗୋଦାମରେ ବହୁଚର୍ଚ୍ଚିତ ଡାଲି ବ୍ୟବସାୟୀ ଫାରୁକ୍ ହତ୍ୟା ମାମଲାରେ ପୋଲିସ ୮ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ଚାରି ଜଣ କୋର୍ଟରୁ ପ୍ରମାଣ ଅଭାବରୁ ଦୋଷମୁକ୍ତ ହୋଇଥିଲେ। ଗ୍ୟାଙ୍ଗଷ୍ଟର ମହମ୍ମଦ ସକିଲ, ସେକ୍ ସୋନା, ସେକ୍ ବାବୁ, ଜଗତସି˚ହପୁରର ଅସିତ୍ ଦାସ କୋର୍ଟରୁ ଦୋଷମୁକ୍ତ ହୋଇସାରିଥିଲେ। ସୁଶାନ୍ତ ଓ ସୁଶିଲ ଧଳସାମନ୍ତ ଓ ଆରିଫ୍ ଖାଁ ଏହି ମାମଲାରେ ଜେଲରେ ଅଛନ୍ତି। ମାଲଗୋଦାମ ଥାନା ପୁଲିସ ୨୦୧୮ ମସିହାରେ ଏହି ହତ୍ୟାକାଣ୍ଡର ଏକ ପ୍ରାଥମିକ ଚାର୍ଜସିଟ୍ କୋର୍ଟରେ ଦାଖଲ କରିଥିବା ବେଳେ ଦ୍ବିତୀୟ ଥର ପାଇଁ ୨୦୨୧ ଡିସେମ୍ବର ୨୭ ତାରିଖରେ ୪ ଜଣ ଦୁର୍ଦ୍ଦାନ୍ତ ଧଳସାମନ୍ତ ସହଯୋଗୀ ମାଛୁଆ ବଜାରର ଚନ୍ଦନ ବେହେରା, ସିଡିଏ ସେକ୍ଟର ୭ର ଲଲନ ଗୁପ୍ତା, ରାଣୀହାଟ ଗୋପାଳ ସାହିର ଶଙ୍କର ଓରଫ ଦୀପକ କୁମାର ନାୟକ ଏବଂ ଲାଲବାଗ ଅଲିଶା ବଜାରର ରଞ୍ଜନ ବେହେରା ଓରଫ ରାଜା ବିରୋଧରେ ଜେଏମଏଫସି ସିଟି କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିଲା।






More Stories
ସେତୁ ବନ୍ଧନ ଯୋଜନାରେ ହେବ ୩,୧୬୭ଟି ସେତୁ…..
ବିଜୁଳି-ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା…..
ଖାତାକୁ ଗଲା ସୁଭଦ୍ରା ଟଙ୍କା…..