ରିପୋର୍ଟ କାର୍ଡ / କଟକ
କଟକ ଯୋବ୍ରା ବ୍ୟାରେଜ୍ରୁ ମହାନଦୀକୁ ଡେଇଁଛନ୍ତି ଜଣେ ଯୁବତୀ । ଘଟଣାସ୍ଥଳରେ ଉପସ୍ଥିତ ଥିବା ସ୍ଥାନୀୟ ଯୁବକ ଉକ୍ତ ଯୁବତୀଙ୍କୁ ଉଦ୍ଧାର କରିଛନ୍ତି । ଖବର ଅନୁଯାୟୀ, ଆଜି ଅପରାହ୍ନ ସମୟରେ କଟକ ଯୋବ୍ରା ବ୍ୟାରେଜ୍ ନିକଟରେ ଘଟିଲା ଅଘଟଣ । ଜଣେ ଯୁବତୀ ବ୍ୟାରେଜ୍ ନିକଟକୁ ଆସି ଆତ୍ମହତ୍ୟା କରିବାକୁ ନଦୀକୁ ଡେଇଁପଡିଥିଲେ । ସେପଟେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଜଣେ ଯୁବକ ନଦୀକୁ ଡେଇଁ ସଂପୃକ୍ତ ଯୁବତୀଙ୍କୁ ଉଦ୍ଧାର କରିଥିଲେ ।ଏହା ପରେ ଅଗ୍ନିସନ ବାହିନୀ ପହଂଚି ଉଦ୍ଧାର କରିଥିଲା | ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବତୀଙ୍କର ପରିଚୟ ମିଳିପାରି ନଥିବା ବେଳେ
ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି |






More Stories
ପଞ୍ଚାୟତ ନିର୍ବାଚନକୁ ନେଇ ଆସିଲା ବଡ ସୂଚନା…..
ଜ୍ଞାନକୁ ସମାଜ କଲ୍ୟାଣରେ ବିନିଯୋଗ କର…..
୧୦ ଜିଲ୍ଲାକୁ ୟେଲୋ ଓ୍ବାର୍ନିଂ ଜାରି……