Report Card Odisha

| Daily Odia News

ଆସିଲା ବାତ୍ୟା ‘ଦାନା’ ଘଟାଇଥିବା କ୍ଷୟକ୍ଷତି ରିପୋର୍ଟ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବାତ୍ୟା ‘ଦାନା’ ଘଟାଇଥିବା କ୍ଷୟକ୍ଷତି ରିପୋର୍ଟ ସାମ୍ନାକୁ ଆସିଛି । କ୍ଷୟକ୍ଷତି ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପକ୍ଷରୁ ସୂଚନା ମିଳିଛି । ମନ୍ତ୍ରୀ କହିଛନ୍ତି, ପ୍ରାଥମିକ ଆକଳନ ଅନୁସାରେ ପ୍ରାୟ ୬ ଶହ କୋଟି ଟଙ୍କା କ୍ଷତି ହୋଇଛି । ବାଲେଶ୍ୱର, ଭଦ୍ରକ ଏବଂ କେନ୍ଦ୍ରାପଡା ଜିଲା ଅଧିକ କ୍ଷତିଗ୍ରସ୍ତ ହୋଇଛି । ମୟୁରଭଞ୍ଜ, ଯାଜପୁର, ଜଗତସିଂହପୁର, କଟକ ମଧ୍ୟ ପ୍ରଭାବିତ ହୋଇଛି । ପଞ୍ଚାୟତିରାଜ ବିଭାଗ ଛଡା ଅନ୍ୟ ସବୁ ବିଭାଗର ରିପୋର୍ଟ ଆସିଛି । ସନ୍ଧ୍ୟା ସୁଦ୍ଧା ସମସ୍ତ ରିପୋର୍ଟ ମିଳିବା ପରେ ଚୂଡାନ୍ତ ହିସାବ ହେବ ।ମୋଟାମୋଟି ଭାବେ ୧୪ ଜିଲାର ୧୩୧ ବ୍ଲକ ପ୍ରଭାବିତ ହୋଇଛି । ୧୧,୬୩୭ ଗାଁର ୪୧ ଲକ୍ଷ ଲୋକେ ପ୍ରଭାବିତ ହୋଇଛନ୍ତି । ମୋଟ ୧୬,୪୧୭ ଘର ପ୍ରଭାବିତ ହେବା ସହ ୨୭ ଘର ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ୧୪,୬୮୦ ଘର ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଛି । ବିଭାଗୱାରୀ ହିସାବ ଭିତ୍ତିରେ ଶକ୍ତି ବିଭାଗ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଚୂଡାନ୍ତ ରିପୋର୍ଟ ଆସିବା ପରେ ପ୍ରକୃତ କ୍ଷୟକ୍ଷତି ସ୍ପଷ୍ଟ ହେବ ବୋଲି ମନ୍ତ୍ରୀ କହିଛନ୍ତି । ରିପୋର୍ଟ ଆସିବା ପରେ କ୍ଷତିଗ୍ରସ୍ତଙ୍କୁ ସହାୟତା ଦିଆଯିବ । ଚୂଡାନ୍ତ ଆକଳନ ପରେ କେନ୍ଦ୍ରକୁ କ୍ଷତିପୂରଣ ପାଇଁ ରିପୋର୍ଟ ଦିଆଯିବ । କେନ୍ଦ୍ର ସହାୟତା ରାଶି ଦେବା ପୂର୍ବରୁ ରାଜ୍ୟ ନିଜସ୍ୱ ପାଣ୍ଠି ବାଣ୍ଟିବ ।

Breaking News