ରିପୋର୍ଟ କାର୍ଡ / କଟକ
ନିୟମିତ ହେବେ ରାଜ୍ୟର ବିଭିନ୍ନ ତହସିଲରେ କାର୍ଯ୍ୟରତ ଠିକା ଡାଟା ଏଣ୍ଟ୍ରି ଅପରେଟର । ହାଇକୋର୍ଟଙ୍କ ଜଣିକିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଦେଇଥିବା ନିର୍ଦ୍ଦେଶକୁ କାୟମ ରଖିଛନ୍ତି ଦୁଇ ଜଣିଆ ଖଣ୍ଡପୀଠ । ତେବେ ହାଇକୋର୍ଟଙ୍କ ଜଣିକିଆ ବିଚାରପତିଙ୍କ ନିର୍ଦ୍ଦେଶକୁ ଚାଲେଞ୍ଜ କରି ରାଜ୍ୟ ସରକାର ଦୁଇ ଜଣିଆ ଖଣ୍ଡପୀଠରେ ଆବେଦନ କରିଥିଲେ । କୋର୍ଟ ଏହି ମାମଲାର ଶୁଣାଣି କରି ଆଜି ସରକାରଙ୍କ ଆବେଦନକୁ ଖାରଜ କରିଛନ୍ତି । ଫଳରେ ରାଜ୍ୟର ବିଭିନ୍ନ ତହସିଲରେ କାର୍ଯ୍ୟରତ ଠିକା ଡାଟା ଅପରେଟରଙ୍କୁ ଆଶ୍ବସ୍ତି ମିଳିଛି ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..