ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀର ଆଜାଦ ମାର୍କେଟରେ ଏକ ୪ ମହଲା ବିଶିଷ୍ଟ ନିର୍ମାଣାଧିନ କୋଠା ଭୁଶୁଡି ପଡିଛି । ଫଳରେ ତିନି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଏହାସହ ଭଗ୍ନାବଶେଷ ତଳେ ଆହୁରି ୬ରୁ ୭ ଜଣ ଶ୍ରମିକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ଆଜି ସକାଳେ ୪ ମହଲା କୋଠା ଭୁଶୁଡି ପଡିଥିଲା | ଏହା ପରେ ଉଦ୍ଧାରକାର୍ଯ୍ୟ ଆରମ୍ଭ ହୋଇଛି । ସୂଚନାନୁସାରେ, ଆଜାଦ ମାର୍କେଟ ଅଞ୍ଚଳର ସିସ୍ ମହଲରେ ଏକ ବିଲ୍ଡିଂ କାମ ଚାଲୁଥିଲା । ଏହା ହଠାତ ଭାଙ୍ଗି ଯାଇଥିଲା । ଏଥିରେ ଅନେକ ଶ୍ରମିକ ଚାପି ହୋଇ ଯାଇଥିଲେ । ଏବେସୁଦ୍ଧା ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଏହାସହ ଅନ୍ୟ ଶ୍ରମିକ ଚାପି ହୋଇ ରହିଛନ୍ତି । ସ୍ଥାନୀୟ ଅଧିକାରୀଙ୍କ କହିବାନୁସାରେ, ସକାଳ ସାଢେ 8ଟାରେ କୋଠା ଭୁଶୁଡିବା ଖବର ମିଳିଥିଲା । ୭୫୪ ନମ୍ବର ଘର ଭାଙ୍ଗିବା ଖବର ପରେ ତୁରନ୍ତ ସେମାନେ ଏଠାରେ ପହଁଚିଥିଲେ । ଦମକଳ ବାହିନୀର ୪ଟି ଗାଡି ମଧ୍ୟ ଘଟଣାସ୍ଥଳକୁ ପଠାଯାଇଥିଲା । ଉଦ୍ଧାରକାର୍ଯ୍ୟ ଏବେବି ଜାରି ରହିଛି । ପ୍ରାୟ ୫ ଜଣ ଶ୍ରମିକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି ।






More Stories
ମଧ୍ୟପ୍ରଦେଶର ଆଗର ମାଲୱା ଦୁର୍ଘଟଣା;ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ…..
ଆଜିଠୁ ଏସୀୟ କ୍ରୀଡ଼ା ମହାକୁମ୍ଭ…..
ପାକିସ୍ତାନରେ ବିସ୍ଫୋରଣ;୧୫ ମୃତ…..