ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଅଗଷ୍ଟ ୧୫ ତାରିଖ ସ୍ବାଧୀନତା ଦିବସ ଅବସରରେ ଦେଶର ରାଜଧାନୀ ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ ହେବାର ଆଶଙ୍କା ରହିଛି। ଏ ନେଇ ଗୁଇନ୍ଦା ଏଜେନ୍ସିମାନେ ସତର୍କ କରାଯିବା ପରେ ଆକ୍ସନ ମୋଡକୁ ଆସିଯାଇଛି ଦିଲ୍ଲୀ ପୋଲିସ। ଏନେଇ ଦିଲ୍ଲୀ ପୋଲିସ କମିଶନର ସଞ୍ଜୟ ଅରୋରା ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହି ନିର୍ଦ୍ଦେଶ ଅନୁଯାୟୀ ଦିଲ୍ଲୀରେ ପାରାଗ୍ଲାଇଡର, ପାରା ମୋଟର୍ସ, ହ୍ୟାଙ୍ଗ ଗ୍ଲାଡର, ୟୁଏଭି, ୟୁଏଏସ, ମାଇକ୍ରୋଲାଇଟ୍ ଏୟାରକ୍ରାଫ୍ଟ, ହଟ୍ ଏୟାର ବେଲୁନ୍, ପାରା ଜମ୍ପିଂ ଏବଂ ଡ୍ରୋନକୁ ନିଷିଦ୍ଧ କରାଯାଇଛି । ଅଗଷ୍ଟ ୨ରୁ ଅଗଷ୍ଟ ୧୬ ପର୍ଯ୍ୟନ୍ତ ଏହି କଟକଣା ଜାରି କରାଯାଇଛି। ଏହି ବିପଦକୁ ଦୃଷ୍ଟିରେ ରଖି ଆଦେଶ ଜାରି କରିବା ପୂର୍ବରୁ ଦିଲ୍ଲୀ ପୋଲିସ କମିଶନର ପୋଲିସ ଅଧିକାରୀଙ୍କ ବୈଠକ କରି ପ୍ରସ୍ତୁତିର ସମୀକ୍ଷା କରିଥିଲେ। ମଙ୍ଗଳବାର ଅନୁଷ୍ଠିତ ଏକ ବୈଠକରେ ସେ କହିଥିଲେ ଯେ ଅଗଷ୍ଟ ୧୫ରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇଥିବା ଆକ୍ରମଣ ଭଳି ଦେଶ ଉପରେ ଆକ୍ରମଣ ହୋଇପାରେ ଏବଂ ଏ ଦୃଷ୍ଟିରୁ ସମସ୍ତ ପୋଲିସ କର୍ମଚାରୀଙ୍କୁ ଏବେଠାରୁ ସତର୍କ ରହିବାକୁ ପଡିବ ।
More Stories
କରୋନା ଗାଇଡଲାଇନ୍ ଜାରି, ମାସ୍କ ବାଧ୍ୟତାମୂଳକ……
ଇରାନରେ ରହୁଥିବା ଭାରତୀୟଙ୍କ ପାଇଁ ହେଲପଲାଇନ୍ ନଂ ଜାରି…..
ବିମାନ ଦୁର୍ଘଟଣାରେ ଲୁହା ଜଳିଗଲା, ହେଲେ ସୁରକ୍ଷିତ ଭଗବତ ଗୀତା….