ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହେବା ପରେ ଏହାକୁ ବିରୋଧ କରିଛନ୍ତି। ସିବିଆଇର ଗିରଫଦାରୀ ଓ ଯାଞ୍ଚକୁ ବିରୋଧ କରି ସେ ଏବେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ସେ ସର୍ବୋଚ୍ଚ ଅଦାଲତରେ ସିବିଆଇର ଯାଞ୍ଚକୁ ଚ୍ୟାଲେଞ୍ଜ କରିଛନ୍ତି। ସୂଚନାନୁସାରେ ଅଭିଷେକ ମନୁ ସିଙ୍ଘଭି ମନୀଷ ସିସୋଦିଆଙ୍କ ତରଫରୁ ଲଢ଼ିବେ ଏବଂ ଏ ବାବଦରେ ଶୀଘ୍ର ଶୁଣାଣି କରିବାକୁ ଦାବି କରିବେ। ଅବକାରୀ ନୀତିରେ ଦୁର୍ନୀତି ଅଭିଯୋଗରେ ମନୀଷ ସିସୋଦିଆଙ୍କୁ ରବିବାର ଗିରଫ କରାଯାଇଥିଲା। ସୋମବାର ଦିଲ୍ଲୀର ଏକ ସ୍ୱତନ୍ତ୍ର ଅଦାଲତ ମନୀଷ ସିସୋଦିଆଙ୍କୁ ୫ ଦିନ ପାଇଁ ସିବିଆଇ ରିମାଣ୍ଡରେ ପଠାଇଛି। ମାର୍ଚ୍ଚ ୪ ପର୍ଯ୍ୟନ୍ତ ରିମାଣ୍ଡରେ ନେଇ ଜେରା କରିବ ସିବିଆଇ। ମଦ ନୀତି ଦୁର୍ନୀତି ମାମଲାକୁ ନେଇ ସିବିଆଇ ସିସୋଦିଆଙ୍କୁ ରିମାଣ୍ଡରେ ନେଇ ଜେରା କରିବାକୁ ଆବେଦନ କରିଥିଲା।






More Stories
ଇରାନକୁ ଟ୍ରମ୍ପଙ୍କ ଚେତାବନୀ…..
ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ, ରାହୁଲ ଗାନ୍ଧୀ, ଅନ୍ୟ ବିଶିଷ୍ଟ ବ୍ୟକ୍ତି…..
ଅକ୍ଟୋବର ୨ ରୁ ଗଣତନ୍ତ୍ର ବଞ୍ଚାଅ ଅଭିଯାନ….