ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀକୁ ଜଳ ଯୋଗାଣ ଦାବିରେ ସତ୍ୟାଗ୍ରହ ଚଳାଇଥିବା ଆପ୍ ନେତ୍ରୀ ତଥା ଦିଲ୍ଲୀର ଜଳ ମନ୍ତ୍ରୀ ଅତିଶୀଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ବିଗିଡିଯାଇଛି । ସୋମବାର ସତ୍ୟାଗ୍ରହର ଚତୁର୍ଥ ଦିବସରେ ଅତିଶୀଙ୍କ ଶରୀର ଓଜନ ହ୍ରାସ ସହିତ ତାଙ୍କର ରକ୍ତଚାପ ମଧ୍ୟ ଦ୍ରୁତ ହ୍ରାସ ପାଉଛି। ଏହା ବିପଜ୍ଜନକ ବୋଲି ଏଲଏନଜେପି ଡାକ୍ତରଖାନାର ଡାକ୍ତରମାନେ କହିଛନ୍ତି। ଏଥିସହିତ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ଡାକ୍ତରମାନେ ପରାମର୍ଶ ଦେଇଥିଲେ। ଭୋରରୁ ସ୍ୱାସ୍ଥ୍ୟାବସ୍ଥା ବହୁତ ବିଗିଡ଼ିବାରୁ ତାଙ୍କୁ ଦିଲ୍ଲୀସ୍ଥିତ ଲୋକ ନାୟକ ଜୟ ପ୍ରକାଶ (LNJP) ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତକାଲି ମଧ୍ୟ ରାତିରେ ଆତିଶୀଙ୍କ ଶର୍କରା ୪୩ ଥିବା ବେଳେ ଭୋର ୩ଟା ବେଳେ ତାହା ୩୬ରେ ପହଞ୍ଚି ଯାଇଥିଲା। ଏହାପରେ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଆପ୍ ପକ୍ଷରୁ ଟ୍ୱିଟ କରାଯାଇଛି।






More Stories
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….
ଅଟକ ନେତାଙ୍କୁ ଛାଡ଼ିବାକୁ ୱାଙ୍ଗଚୁକଙ୍କ ଚେତାବନୀ….
ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ…..