ରିପୋର୍ଟ କାର୍ଡ / ହାଇଦ୍ରାବାଦ
ନିଜକୁ କୁକୁର ଆକ୍ରମଣରୁ ବଞ୍ଚାଇବା ପାଇଁ ଜଣେ ଡେଲିଭରି ଏଜେଣ୍ଟ୍ ଏକ ଆପାର୍ଟମେଣ୍ଟର ତୃତୀୟ ମହଲାରୁ ତଳକୁ ଡେଇଁ ପଡ଼ି ଗୁରୁତର ଆହତ ହୋଇଛନ୍ତି। ଏଭଳି ଘଟଣା ଘଟିଛି ହାଇଦ୍ରାବାଦରେ | ଚଳିତବର୍ଷ ଏହା ହେଉଛି ସହରର ଦ୍ୱିତୀୟ ଘଟଣା। ସୂଚନା ଅନୁସାରେ- ଡେଲିଭରି ଏଜେଣ୍ଟ୍ ଜଣକ ଆପାର୍ଟମେଣ୍ଟ୍କୁ ଗଦି ଡେଲିଭରି କରିବାକୁ ଆସିଥିଲେ। ସେ ଯେତେବେଳେ ଗଦି ଡେଲିଭରି କରିବାକୁ ଦୁଆର ମୁହଁରେ ଛିଡ଼ା ହୋଇଥିଲେ ସେତେବେଳେ କୁକୁରଟି ବାହାରକୁ ବାହାରି ତାଙ୍କୁ ଆକ୍ରମଣ କରିବାକୁ ଧାଇଁ ଆସିଥିଲ | କୁକୁରର ଭୁକିବା ଶୁଣି ୩୦ ବର୍ଷୀୟ ଡେଲିଭରି ଏଜେଣ୍ଟ୍ ଜଣକ ଭୟଭୀତ ହୋଇ ସୁରକ୍ଷାପାଇଁ ବାଲକୋନିରେ ଥିବା ପାରାପେଟ୍ ଉପରକୁ ଯାଇ ତଳକୁ ଡେଇଁ ପଡ଼ିଥିଲେ। ସେଠାରେ ରହୁଥିବା ଅନ୍ୟ ବାସିନ୍ଦା ତାଙ୍କୁ ଉଦ୍ଧାର କରି ହସ୍ପିଟାଲ୍ନେଇଥିଲେ |






More Stories
କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର…..
ଘରୋଇ ଉଡ଼ାଣ ବନ୍ଦ କଲା ଏୟାର ଇଣ୍ଡିଆ….
ପୁରୀରୁ TMC ବିଧାୟକ ଗିରଫ…..