ରିପୋର୍ଟ କାର୍ଡ / ପୁରୀ
ଆଜି ଶ୍ରୀମନ୍ଦିରରେ ଦେବ ଦୀପାବଳି। ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କର ବିଶେଷ ନୀତିକାନ୍ତି ରହିଛି। ମହାପ୍ରଭୁ ଶ୍ରୀକ୍ଷେତ୍ରରେ ମାନବୀୟ ଲୀଳା ଆଚରଣ କରି ନିଜର ପିତୃପୁରୁଷଙ୍କ ଉଦ୍ଦେଶ ମାର୍ଗଶିର କୃଷ୍ଣ ଚତୁର୍ଦ୍ଦଶୀ, ଅମାବାସ୍ୟା ଓଶୁକ୍ଳ ପ୍ରତିପଦାରେ ତିନି ଯୁଗର ପିତା ମାତାଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିଥାନ୍ତି। ଜଗନ୍ନାଥ ମହାପ୍ରଭୁଙ୍କର ଏହି ଦୀପଦାନ ନୀତି ସମୟରେ ମହାପ୍ରଭୁ ‘ଶ୍ରାଦ୍ଧ ବେଶ’ରେ ବିଭୂଷିତହୋଇଥାନ୍ତି। ପୁଷ୍ପାଳକ ସେବକମାନେ ଶ୍ରୀବିଗ୍ରହମାନଙ୍କୁ ନାଗପୁରୀ ଶାଢ଼ି ଚାଦରରେଶ୍ରାଦ୍ଧ ବେଶରେ ଭୂଷିତ କରିଥାନ୍ତି। ଦେବ ଦୀପାବଳି ନୀତି ଶ୍ରୀମନ୍ଦିରରେ ୩ ଦିନ ଧରି ପାଳନ କରାଯାଇଥାଏ। ଏହି ଅବସରରେ ଆସନ୍ତାକାଲି ଅମାବାସ୍ୟାରେ ବଡ଼ଦାଣ୍ଡରେ ୧ ଲକ୍ଷ ଦୀପ ଜଳିବ ବୋଲି ସୂଚନା ମିଳିଛି |






More Stories
ଚନ୍ଦନପୁରରେ ଗୋଷ୍ଠୀ ସଂଘର୍ଷ…..
କଳାବଜାରୀ କଲେ ହେବ କାର୍ଯ୍ୟାନୁଷ୍ଠାନ…..
ମା’ଙ୍କୁ ମାରି ପ୍ଲାଷ୍ଟର କରିଦେଲା ପୁଅ !…..