ରିପୋର୍ଟ କାର୍ଡ / କୋକସରା ( ସନତ ପ୍ରଧାନୀ )
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ଉଠୁଛି ପଡୁଛି ଗାଁ ଠୁ ସହର | ଦଳୀୟ ପ୍ରାର୍ଥୀ ଙ୍କ ପୋଷ୍ଟର ବ୍ୟାନର ରେ ଗାଁ କାନ୍ଥ ବାଡ଼ ଭର୍ତ୍ତି | ଏହାରି ଭିତରେ ଦଳୀୟ ପ୍ରାର୍ଥୀ ମାନେ ନିର୍ବାଚନ ପ୍ରଚାର ପାଇଁ ଅଣ୍ଟା ଭିଡିଛନ୍ତି। କୋକସରା ବ୍ଲକ ର ଜିଲ୍ଲା ପରିଷଦ ଯୋନ ୨ ପାଇଁ ବିଜେପି ଦଳ ରୁ ଜନାର୍ଦନ ପଣ୍ଡା ଦଳୀୟ ପ୍ରାର୍ଥୀ ହୋଇଛନ୍ତି। ଗୁରବାର କୋକସରା ବ୍ଲକ ମାଝୀଗୁଡା ରେ ସେ ନିର୍ବାଚନି ପ୍ରଚାର ନିଜ ସମର୍ଥକଙ୍କ ଗହଣ ରେ ଜୋରଦାର କରିଛନ୍ତି। ମାଝୀଗୁଡା ରେ ବିଜେପି ପ୍ରାର୍ଥୀ ଜନାର୍ଦନ ପଣ୍ଡା ଙ୍କୁ ବିଭିନ୍ନ ବର୍ଗର ଲୋକେ ସ୍ୱାଗତ ଜଣାଇଥିଲେ।ଧର୍ମଗଡ ନିର୍ବାଚନ ମଣ୍ଡଳୀ ବିଜେଡି ବିଧାୟକ ମୌଷଧି ବାଗ ଙ୍କ ଗାଁ ହେଉଛି ମାଝୀଗୁଡା, କେନ୍ଦ୍ର ସରକାର ଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଓ ବିଜେଡି ସରକାର ର ବିଫଳତା କୁ ନେଇ ସମ୍ବଲପୁରୀ ଗୀତ ମାଧ୍ୟମରେ ପ୍ରଚାର ଓ ଭୋଟ ମାଗୁଥିବା ଦେଖିବାକୁ ମିଳିଛି। ତାଙ୍କ ସହ ବିଜେପି ର ସମର୍ଥକ ତ୍ରିନାଥ ଶବର,ଦୁର୍ଗା ପ୍ରଧାନୀ, ପ୍ରମୋଦ ପଣ୍ଡା,ନରେନ୍ଦ୍ର ପ୍ରଧାନୀ, ଲଷ୍ମୀ ନାରାୟନ ପ୍ରଧାନୀ ,ଦୈତାରି ବାରିକ ସମେତ ମାଝୀଗୁଡା ଗ୍ରାମବାସୀ ଉପସ୍ଥିତ ରହିଥିଲେ।






More Stories
ଆମ ବସ୍’ ଯାତ୍ରା ମାଗଣା…..
ଡି.ଏ.ଭି. ପବ୍ଲିକ୍ ସ୍କୁଲ,କଳିଙ୍ଗ ନଗରରେ ରକ୍ଷାବନ୍ଧନ ଉତ୍ସବ ପାଳିତ…..
ଚନ୍ଦନପୁରରେ ଗୋଷ୍ଠୀ ସଂଘର୍ଷ…..