ରିପୋର୍ଟ କାର୍ଡ / ଢେଙ୍କାନାଳ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ତହସିଲଦାର ଓ ଆରଆଇଙ୍କୁ ମୋରମ ମାଫିଆ ମରଣାନ୍ତକ ଆକ୍ରମଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ପଥରଖମ୍ବ ଗ୍ରାମ ନିକଟରେ ଏକ ସରକାରୀ ଜମିରୁ ମୋରମ ଖୋଳା ହେଉଥିବା ବେଳ ତହସିଲଦାର ଚଢାଉ କରିବା ପାଇଁ ଯାଇଥିଲେ । ଏହି ସମୟରେ ୭ରୁ ୮ଜଣ ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଯାଇଛନ୍ତି । ଗୁରୁତର ଅବସ୍ଥାରେ ତହସିଲଦାରଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି |






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..