ରିପୋର୍ଟ କାର୍ଡ / ଗଞ୍ଜାମ
ପୂର୍ବତନ ବ୍ରହ୍ମପୁର ସାଂସଦ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କୁ ବିଜେପି ପ୍ରାର୍ଥୀ କରିବା ପରେ ଦିଗପହଣ୍ଡି ନିର୍ବାଚନମଣ୍ଡଳୀର ଗୋଷ୍ଠୀ ବିଦ୍ରୋହ ଆରମ୍ଭ ହୋଇଛି । ଟିକେଟ ଆଶାୟୀ ତାଲିକାରେ ପ୍ରଥମ ଦାବିଦାର ଥିବା ପ୍ରାକ୍ତନ ବ୍ଲକ୍ ଅଧ୍ୟକ୍ଷ ବିପିନଚନ୍ଦ୍ର ପ୍ରଧାନ ଓ ତାଙ୍କ ଶିବିର ପ୍ରାର୍ଥୀ ଘୋଷଣାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି। ବିପିନ ଓ ତାଙ୍କ ସମର୍ଥକ ସାମାଜିକ ଗଣମାଧ୍ୟମରେ ସିଦ୍ଧାନ୍ତଙ୍କ ପ୍ରାର୍ଥିତ୍ବକୁ ବିରୋଧ କରିବା ସହିତ ନିଜ ସମର୍ଥକଙ୍କ ସହ ଭୁବନେଶ୍ୱର ଯାତ୍ରା କରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ବିପିନଙ୍କୁ ପ୍ରାର୍ଥୀ କରାନଗଲେ ସିଦ୍ଧାନ୍ତଙ୍କ ସହ ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ବି ସହଯୋଗ କରାଯିବ ନାହିଁ ବୋଲି ସ୍ବର ଉଠିଛି। ଦିଗପହଣ୍ଡିରେ ବିଜେପିର ସଂଗଠନ ଚଳାଇ ଆସିଥିବା ଇଂ. ଉତ୍ତମ ପାଣିଗ୍ରାହୀ ମଧ୍ୟ ସିଦ୍ଧାନ୍ତଙ୍କ ପ୍ରାର୍ଥିତ୍ବକୁ ଦୃଢ଼ ବିରୋଧ କରିଛନ୍ତି। ସିଦ୍ଧାନ୍ତଙ୍କ ନାମ ଘୋଷଣା ପଛରେ ସାଂସଦ ପ୍ରାର୍ଥୀ ପ୍ରଦୀପଙ୍କ ସୁପାରିସ ରହିଥିବା ସେ ଅଭିଯୋଗ କରିଛନ୍ତି।






More Stories
ଭାଜପା ଛାଡିଲେ ଶେହଜାଦ ପୁନାୱାଲା…..
ସୁଶାନ୍ତଙ୍କ ବିୟୋଗରେ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ,ନବୀନ…..
ଧର୍ମେନ୍ଦ୍ରଙ୍କ ଇସ୍ତଫା;ମୁହଁ ଖୋଲିଲେ ଅଭିଜିତ ଦିପ୍କେ…..