ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଜେପି କୋର କମିଟି ବୈଠକ ଶେଷ । ଏହି ବୈଠକରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଦେଇଛନ୍ତି ବାର୍ତ୍ତା । ସରକାର ଏବଂ ସଂଗଠନ ପାଇଁ ସ୍ୱତନ୍ତ୍ର ପରାମର୍ଶ ଦେଲେ ନୀତିନ । ୨୦୩୬ ବିକଶିତ ଓଡ଼ିଶା ଗଠନରେ ରୋଡ୍ ମ୍ୟାପ ନେଇ ୫ଟି ପରାମର୍ଶ ଦେଇଛନ୍ତି। ସଙ୍ଗଠନ କିପରି ଶକ୍ତିଶାଳୀ ହେବ, ସେ ନେଇ ଟାସ୍କ ଦେଇଛନ୍ତି। ସେ ସଙ୍ଗଠନକୁ ଗୁରୁତ୍ୱ ଦେଇ କହିଛନ୍ତି ଯେ, ସଙ୍ଗଠନ ସୁସ୍ଥ ରହିଲେ ସରକାର ଆଗକୁ ବଢିବ। ସଂଗଠନ ପାଇଁ ଯେତେ ପାରୁଛ କାମ କର, ଅଳ୍ପରେ ସନ୍ତୁଷ୍ଟ ହୁଅ ନାହିଁ । ସରକାର କିପରି ଆହୁରି ନିଖୁଣତାର ସହ ଲୋକଙ୍କ ପାଖେ ପହଞ୍ଚିବ, ଯୋଜନା କିପରି ଲୋକଙ୍କ ପାଖରେ ପହଞ୍ଚିବ ତାକୁ ମନ୍ତ୍ର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ। ସେହିପରି ଏହି ବୈଠକରେ ସଂଗଠନ ଆଉ ସମନ୍ଵୟ ଉପରେ ନୀତିନ ନବୀନ ଗୁରୁମନ୍ତ୍ର ଦେଇଛନ୍ତି। ତୃଣମୂଳ ସ୍ତରରେ ଦଳ କିଭଳି ମଜବୁତ ହେବ ସେନେଇ ଫିଡବ୍ୟାକ୍ ନେଇଛନ୍ତି। ସରକାର ଆଉ ସଙ୍ଗଠନ କିଭଳି ସାମନ୍ତରଳ ଭାବେ ଆଗକୁ ବଢ଼ିବ ତା ଉପରେ ଗୁରୁତ୍ଵାରୋପ କରିଛନ୍ତି।






More Stories
ହାଇକୋର୍ଟକୁ ସାଇକେଲରେ ଆସିଲେ ବିଚାରପତି…..
ଅପରାଜିତାଙ୍କ ଗାଡ଼ିକୁ ଅଣ୍ଡାମାଡ଼…..
କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖିଲେ ସସ୍ମିତ…..