ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରୁଷର ରାଜଧାନୀ ମସ୍କୋଠାରେ ମଙ୍ଗଳବାରଠାରୁ ଆରମ୍ଭ ହେବାକୁ ଥିବା ନିରାପତ୍ତା ସଂକ୍ରାନ୍ତ ତ୍ରୟୋଦଶ ଅନ୍ତର୍ଜାତୀୟ ଉଚ୍ଚ ପ୍ରତିନିଧିମାନଙ୍କ ବୈଠକ ଆରମ୍ଭ ହେବ। ଏଥିରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲ ଯୋଗଦେବାର ଥିଲା। କିନ୍ତୁ ଅସୁସ୍ଥତା କାରଣରୁ ସେ ଏହି ବୈଠକରେ ଯୋଗଦେବେ ନାହିଁ ବୋଲି ସୋମବାର ସୂଚନା ମିଳିଛି। ୨୯ ତାରିଖରେ ଶେଷ ହେବାକୁ ଥିବା ଏହି ବୈଠକକୁ ଏଥର ରୁଷ ଆୟୋଜନ କରୁଛି। ଡୋଭାଲ ସୁସ୍ଥ ହେବା ପରେ ଖୁବଶୀଘ୍ର ରୁଷ ଗସ୍ତରେ ଯିବେ ବୋଲି ସୂଚନା ମିଳିଛି। ଏହି ଅବସରରେ ସେ ନିରାପତ୍ତା ପ୍ରସଙ୍ଗରେ ରୁଷ ସହିତ ଦ୍ଵିପାକ୍ଷିକ ଆଲୋଚନା କରିବାର ସମ୍ଭାବନା ରହିଥିବା ପିଟିଆଇ ସୂତ୍ରରୁ ଜଣାପଡ଼ିଛି।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….