ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆସୁଛନ୍ତି ମହାମାୟା । ଉତ୍ସବମୁଖର ହୋଇ ଉଠିଛି ରାଜ୍ୟ । ସଜେଇ ହୋଇଛି ସୁଉଚ୍ଚ ତୋରଣ ଓ ଆଖି ଝଲସିଲା ପରି ମେଢ । ଆଜି ମଣ୍ଡପରେ ଷଷ୍ଠୀ ପୂଜା । ମହା ଷଷ୍ଠୀ ରେ ସ୍ଵତନ୍ତ୍ର ପୂଜା ଅର୍ଚ୍ଚନା କରାଯିବା । ବେଲଗଛ ମୂଳେ ଷଷ୍ଠୀ ପୂଜା କରାଯିବା ପରେ ମା’ଙ୍କୁ ମଣ୍ଡପକୁ ଆବାହନ କରାଯିବ । ଏହି ସମୟରେ ବ୍ରତପୂଜା କରିବାର ବିଧି ରହିଛି । କାଲି ସପ୍ତମୀରେ ନଦୀରୁ ପବିତ୍ର ଜଳ ଅଣାଯାଇ ମଣ୍ଡପରେ ମା’ଙ୍କୁ ଚକ୍ଷୁଦାନ କରାଯିବ । ମହାମାୟାଙ୍କ ଆଗମନକୁ ନେଇ ଏବେ ସବୁଠି ଆଧ୍ୟାତ୍ମିକ ପରିବେଶ । ଆଜିଠାରୁ ପୂଜା ପେଣ୍ଡାଲରେ ମାଆଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ । ମଣଅଡପରେ ପୂଜା ଏବଂ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟପକ ବନ୍ଦୋବସ୍ତ କରାଯାଇଛି । ଚଳିତ ବର୍ଷ ସବୁ ପୂଜା ମଣ୍ଡପ ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରିବା ପାଇଁ ମା’ଙ୍କ ପେଣ୍ଡାଲକୁ ସଜାଇବା ସାଙ୍ଗକୁ ମନୋରମ ତୋରଣ କରିଛନ୍ତି ପୂଜା କମିଟି।






More Stories
ଏଣିକି ବର୍ଷକୁ ୪ଟି ପରୀକ୍ଷା…..
ରାଜ୍ୟରେ ୨୦ଲକ୍ଷ ଭୋଟରଙ୍କ ନାଁ କଟିଲା…..
ବଢ଼ୁଛି ନଦୀମାଙ୍କର ଜଳସ୍ତର…..