ରିପୋର୍ଟ କାର୍ଡ / ଭୁବନେଶ୍ବର
ଗନ୍ଧମାର୍ଦନ ଲୋଡିଂ ଏଜେନ୍ସି କୋଅପରେଟିଭ ସୋସାଇଟି ମାମଲାରେ ଗିରଫ ବିଜେଡି ନେତା ରାଜା ଚକ୍ର ସମେତ ୧୧ ଜଣଙ୍କ ନାମରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଅଭିଯୋଗ ଫର୍ଦ (ଚାର୍ଜସିଟ୍) ଦାଖଲ କରିଛି। ମାମଲାରେ ତଦନ୍ତ କରି ଇଡି ଅଭିଯୁକ୍ତର ୨୨.୨୬ କୋଟି ଟଙ୍କା ତଦନ୍ତକାରୀ ସଂସ୍ଥା ଜବତ କରିଛି। ଚାର୍ଜସିଟ୍ରେ ଇଡି ଦର୍ଶାଇଛି, ଗନ୍ଧମାର୍ଦନ ଲୋଡିଂ ଏଜେନ୍ସି ନାଁରେ ଖଣିଜ ପରିବହନ କରିବା କାର୍ଯ୍ୟରେ ଶହ ଶହ କୋଟି ଠକେଇ ହୋଇଛି।କେନ୍ଦୁଝର ଶୁଆକାଟିରେ ଥିବା ‘ଗନ୍ଧମାର୍ଦନ ଲୋଡିଂ ଏଜେନ୍ସି’ ଏବଂ ପରିବହନ ସମବାୟ ସମିତି ଲି. ୨୦୦୬ରେ ପଞ୍ଜିକୃତ ହୋଇଥିଲା। ସୋସାଇଟି ଦ୍ୱାରା ପ୍ରାପ୍ତ ଲାଭରୁ ଖଣି ପ୍ରଭାବିତ ଅଞ୍ଚଳର ବାସିନ୍ଦାଙ୍କ ଆର୍ଥିକ ଉନ୍ନତିମୂଳକ କାର୍ଯ୍ୟ ସହିତ କେନ୍ଦୁଝର ଖଣିରୁ ଲୁହାପଥର ଲୋଡିଂରେ ନିୟୋଜିତ ଥିଲା। ଅପରାଧିକ ଷଡ଼ଯନ୍ତ୍ର କରି ଶ୍ରମଦେୟ, ପରିଧି ବିକାଶ, ଭିତ୍ତିଭୂମି ଖର୍ଚ୍ଚ, ପ୍ରଭାବିତ ସଦସ୍ୟଙ୍କୁ ଦେୟ, ଇପିଏଫ କାଟ୍ ବାବଦରେ ମିଥ୍ୟା ଦସ୍ତାବିଜ ପ୍ରସ୍ତୁତ କରି କୋଟି କୋଟି ଟଙ୍କା ଆତ୍ମସାତ କରାଯାଇଥିବା ଅଭିଯୋଗ ହୋଇଥିଲା।ଏହି ଅଭିଯୋଗକୁ ଆଧାର କରି ତଦନ୍ତକାରୀ ସଂସ୍ଥା ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରିଥିଲା। ଇଡି ଭାରତୀୟ ଦଣ୍ଡ ସଂହିତା ୧୮୬୦ର ବିଭିନ୍ନ ଧାରା ଅନୁଯାୟୀ, ଠକେଇ, ଜାଲିଆତି ଏବଂ ଅପରାଧିକ ଷଡ଼ଯନ୍ତ୍ର ଆଦି ଦିଗକୁ ନେଇ ତଦନ୍ତ ଚଳାଇଛି।






More Stories
ଆଶୁତୋଷ ପରିଡ଼ାଙ୍କୁ ଶାରଳା ପୁରସ୍କାର…..
ଓଡ଼ିଶାକୁ ୭,୨୨୧ କୋଟି ମଞ୍ଜୁରୀ…..
ବୈଷୟିକ ଶିକ୍ଷାରେ ଲାଗୁ ହେବ ଜାତୀୟ ଶିକ୍ଷାନୀତି…..