ରିପୋର୍ଟ କାର୍ଡ / କଟକ
ବଡ଼ ଭାଇର ଛୁରାମାଡ଼ରେ ସାନ ଭାଇ ମୃତ ହୋଇଛି | ସୂଚନା ଅନୁଯାୟୀ, ବଡ଼ ଭାଇ ଅଜିମୁଲ୍ଲାଖାନର ଛୁରାମାଡ଼ରେ ସାନ ଭାଇ ସଫିଉଲ୍ଳା ଖାନର ମୃତ୍ୟୁ ଘଟିଛି। ମୃତକ ବାଉଁଶ ଗଳି ଅଞ୍ଚଳର। ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିଲେ ବି ପାରିବାରିକ କଳହରୁ ଏହି ଅଘଟଣ ଘଟିଥିବା କୁହାଯାଉଛି। ଦରଘା ବଜାର ଥାନା ପୁଲିସ ବଡ଼ଭାଇକୁ ଅଟକ ରଖିଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦରଘା ବଜାର ଥାନା ପୁଲିସ ତଦନ୍ତ କରୁଛି।






More Stories
ଜ୍ଞାନକୁ ସମାଜ କଲ୍ୟାଣରେ ବିନିଯୋଗ କର…..
୧୦ ଜିଲ୍ଲାକୁ ୟେଲୋ ଓ୍ବାର୍ନିଂ ଜାରି……
ଜଗମୋହନ ମୀନାଙ୍କ ଇସ୍ତଫାକୁ ନେଇ ମୁହଁ ଖୋଲିଲେ ଡିଜିପି…..