ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜମ୍ମୁ-କାଶ୍ମୀର ସୋପୋରରେ ସୁରକ୍ଷାକର୍ମୀ -ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ପରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ଗତକାଲି ୨ ଗ୍ରାମରକ୍ଷୀଙ୍କୁ ଗୁଳିକରି ହତ୍ୟା କରିଥିଲେ ଆତଙ୍କବାଦୀ। ଏହାପରେ ସୋପୋରରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ଖବର ମିଳିବା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ତଲାସି ଅଭିଯାନ ଜାରି ରହିଥିଲା। ତଲାସି ଅଭିଯାନ ସମୟରେ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚାଳନା କରିଥିଲେ। ସୁରକ୍ଷାକର୍ମୀଙ୍କ ପାଲଟା ଗୁଳି ଚାଳନାରେ ୨ ଆତଙ୍କୀ ନିହତ ହୋଇଛନ୍ତି। ବର୍ତ୍ତମାନ ମଧ୍ୟ ଉକ୍ତ ଅଞ୍ଚଳରେ ତଲାସି ଅଭିଯାନ ଜାରି ରହିଛି ।






More Stories
ଚାଷୀଙ୍କ ସମସ୍ୟା ନେଇ ରାସ୍ତାକୁ ଓହ୍ଲାଇବ ବିଜେଡି…..
ଆଜି ସାରା ଦେଶରେ ଔଷଧ ଦୋକାନ ବନ୍ଦ…..
ବିଜେପି ନେତାଙ୍କ ଉପରେ ହେଉ କାର୍ଯ୍ୟାନୁଷ୍ଠାନ…..