ରିପୋର୍ଟ କାର୍ଡ / ରାଉରକେଲା
ରାଉରକେଲାରେ ଝାଡ଼ଖଣ୍ଡର କୁଖ୍ୟାତ ଆନ୍ତଃରାଜ୍ୟ ଅପରାଧୀ ଲକୁଆକୁ ପୋଲିସ ଏନକାଉଣ୍ଟର କରିଛି। ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଲକୁଆ ଗୁରୁତର ଆହତ ହୋଇଛି। ସୁନ୍ଦରଗଡ଼଼ ଜିଲ୍ଲା ବିଶ୍ରା ଥାନା ଅକ୍ଷୟଶିଳା ଜଳପ୍ରପାତ ଅଞ୍ଚଳରେ ପୋଲିସ ଏବଂ ଅପରାଧୀ ଲକୁଆ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ପୋଲିସ କୁ ଦେଖି ଲକୁଆ ଗୁଳିଚଳାଇଥିଲା। ଏହାର ଜବାବରେ ଲକୁଆକୁ ପୋଲିସ ଏନକାଉଣ୍ଟର କରିଥିଲା ସୂଚନା ମିଳିଛି। ପୋଲିସ ଗୁଳିରେ ଗୁରୁତର ଆହତ ଅପରାଧୀ ଲକୁଆକୁ ରାଉରକେଲା ସରକାରୀ ହସ୍ପିଟାଲ୍ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଲକୁଆ ନାଁରେ ଦାଦାବଟି ଆଦାୟ, ହତ୍ୟା, ଚୋରି ଓ ଡକାୟତି ଭଳି ଏକାଧିକ ମାମଲା ରହିଛି।
More Stories
ରାଜଧାନୀରରେ ବୋମା ମାଡ଼…..
ଓଡ଼ିଶାରେ ଉପନିର୍ବାଚନ:୫୬ଟି ନୂଆ ମତଦାନ କେନ୍ଦ୍ର…..
ପ୍ରେମିକକୁ ଗଛରେ ବାନ୍ଧି ପ୍ରେମିକାକୁ ଗଣଦୁଷ୍କର୍ମ ଅଭିଯୋଗ……