ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଇପିଏଫ ଖାତାଧାରୀଙ୍କ ପାଇଁ ଖୁସି ଖବର। ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଇପିଏଫ ଖାତାଧାରୀଙ୍କୁ ୮.୧୫ ପ୍ରତିଶତ ସୁଧ ଦେବାକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। ଆଜି ସରକାର ଏକ ନିର୍ଦ୍ଦେଶନାମା ଜାରି କରି ଘୋଷଣା କରିଛନ୍ତି ଯେ, ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଇପିଏଫ ଖାତାଧାରୀଙ୍କୁ ପୂର୍ବ ବର୍ଷ ତୁଳନାରେ ୦.୦୫ ପ୍ରତିଶତ ଅଧିକ ସୁଧ ଦିଆଯିବ। ଅର୍ଥାତ୍ ସୁଧହାର ୮.୧୦ ପ୍ରତିଶତରୁ ବୃଦ୍ଧି ପାଇ ୮.୧୫ ପ୍ରତିଶତ ହୋଇଛି। ଇପିଏଫଓ ଚଳିତ ବର୍ଷ ମାର୍ଚ୍ଚ ୨୮ରେ ପିଏଫ ଆକାଉଣ୍ଟ ଉପରେ ସୁଧ ବୃଦ୍ଧି ପାଇଁ ସୁପାରିସ କରିଥିଲା। ଇପିଏଫଓ କହିଥିଲା ଯେ, ୨୦୨୨-୨୩ ପାଇଁ କର୍ମଚାରୀମାନଙ୍କୁ ୮.୧୫ ପ୍ରତିଶତ ସୁଧ ମିଳିବା ଉଚିତ। ଏହି ସୁପାରିସକୁ ଗ୍ରହଣ କରି ସରକାର ବିଜ୍ଞପ୍ତି ମଧ୍ୟ ଜାରି କରିଛନ୍ତି। ଏହା ଦ୍ୱାରା ୬ କୋଟିରୁ ଅଧିକ ଗ୍ରାହକ ଉପକୃତ ହେବେ। ଏହା ପୂର୍ବରୁ ଆର୍ଥିକ ବର୍ଷ ପାଇଁ ପିଏଫ ଉପରେ ସୁଧ ହାର ୮.୧୦ ପ୍ରତିଶତ ଥିଲା ।






More Stories
ନେପାଳ ବନ୍ୟା:ଓଡ଼ିଆଙ୍କ ପାଇଁ ୨୪ ଘଂଟିଆ ହେଲ୍ପ ଡେସ୍କ…..
ନଦୀରେ ଓଲଟିଲା ଡଙ୍ଗା…..
୧୫ ନବଜାତ ଜୀବନ୍ତ ଦଗ୍ଧ……