Report Card Odisha

| Daily Odia News

ଦୁଗ୍ଧ କମ୍ପାନୀରେ ଅଗ୍ନିକାଣ୍ଡ…..

ରିପୋର୍ଟ କାର୍ଡ / କଟକ

କଟକରେ ଥିବା ଏକ ଦୁଗ୍ଧ କମ୍ପାନୀରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ଜଗତପୁର ଶିଳ୍ପାଞ୍ଚଳ ମଧ୍ୟରେ ଥିବା ପ୍ରଗତି କ୍ଷୀର କମ୍ପାନୀରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର କ୍ଷୀରଜାତ ଦ୍ରବ୍ୟପୋଡି ପାଉଁଶ ହୋଇଯାଇଛି। ଗୁରୁବାର ସକାଳୁ ଘଟିଛି ଏହି ଅଗ୍ନିକାଣ୍ଡ। ଏହି କମ୍ପାନୀ ଦୁଇ ମହଲା ବିଶିଷ୍ଠ ହୋଇଥିଲା ବେଳେ ନିଆଁ ବ୍ୟାପକ ହୋଇ ସବୁ ପୋଡି ପାଉଁଶ କରିଦେଇଛି। ଖବର ପାଇ ଅଗ୍ନିଶମ ଟିମର ୩ଟି ଫାୟାର ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ପ୍ରାଥମିକ ତଦନ୍ତରୁ ଏହା ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସ୍ପଷ୍ଟ କରିଛି ଅଗ୍ନିଶମ ଟିମ। ତେବେ ଏହି ଘଟଣାରେ କେହି ମୃତାହତ ହୋଇ ନ ଥିବା ଜଣାପଡିଛି ବୋଲି ଅଗ୍ନିଶମ ଅଧିକାରୀ ସୂଚନା ଦେଇଛନ୍ତି।

Breaking News