ରିପୋର୍ଟ କାର୍ଡ / ଭଦ୍ରକ
କନ୍ୟାକୁମାରୀ-ଦିବ୍ରୁଗଡ଼ ବିବେକ ସୁପରଫାଷ୍ଟ ଏକ୍ସପ୍ରେସ୍ ଟ୍ରେନ୍ରେ ଅଗ୍ନିକାଣ୍ଡ ଘଟିଥିବାର ଖବର ମିଳିଛି। ସୂଚନା ଅନୁଯାୟୀ, ଚରମ୍ପା ଷ୍ଟେସନ ପାର୍ କରିବା ପରେ ଏକ୍ସପ୍ରେସ୍ ଟ୍ରେନରେ ନିଆଁ ଲାଗିଥିବା ଜଣାଯାଇଛି। ରାଣିତାଲ ନିକଟରେ ଧୂଆଁ ବାହାରିବାର ଦେଖିବାକୁ ପାଇଥିଲେ ଲୋକେ। ରମ୍ଭିଳା ନିକଟରେ ବିବେକ ସୁପରଫାଷ୍ଟ ଏକ୍ସପ୍ରେସ୍ରେ ବ୍ରେକ ବାଇଣ୍ଡିଂରୁ ଟ୍ରେନ୍ରେ ନିଆଁ ଲାଗିଥିବା ସୂଚନା ରହିଛି। ତେବେ ରେଳବାଇ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଥିଲେ। ଏହାଫଳରେ ପ୍ରାୟ ୨୦ ମିନିଟ୍ ବିଳମ୍ବରେ ବିବେକ ସୁପରଫାଷ୍ଟ ଏକ୍ସପ୍ରେସ୍ ଛାଡ଼ିଥିଲା। ଯାତ୍ରୀମାନେ ସୁରକ୍ଷିତ ଅଛନ୍ତି ଏବଂ ବିଶେଷ କ୍ଷୟକ୍ଷତି ଘଟିନଥିବା କୁହାଯାଉଛି।






More Stories
କ୍ଷମା ମାଗିଲା ଅନଲାଇନ୍ ଡ୍ରାଇଭର ସଂଘ;ଆମେ ଗୁଣ୍ଡା ନୁହେଁ…..
୨୮ ରେ ମିଳିବ ସୁଭଦ୍ରା ଟଙ୍କା…..
ଗାଡ଼ିକୁ ପରିମିଟ୍ ଫି’ ଛାଡ଼…..