ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଯୁଦ୍ଧ ଭିତରେ ରୁଷ ସେନା କ୍ୟାମ୍ପ ଉପରେ ହୋଇଛି ଆତଙ୍କୀ ହମ୍ଲା। ବନ୍ଧୁକଧାରୀମାନେ ରୁଷ ସେନା ଉପରକୁ ଆଖିବୁଜା ଗୁଳିମାଡ କରିଛନ୍ତି। ଏଥିରେ ୧୧ଜଣ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଥିବା ଜଣାପଡିଛି । ବେଲଗୋରଡ ଅଞ୍ଚଳରେ ଲାଇଭ୍ ଫାୟାର ଟ୍ରେନିଂ ସେଣ୍ଟରରେ ଏହି ଆକ୍ରମଣ ହୋଇଛି। ରୁଷ ପ୍ରତିରକ୍ଷାମନ୍ତ୍ରାଳୟ ଏହି ସୂଚନା ଦେଇଛି। ସୂଚନା ଅନୁସାରେ- ୟୁକ୍ରେନ୍ ବିରୋଧରେ ଲଢ଼ିବାକୁ ଦୁଇ ଜଣ ବ୍ୟକ୍ତି ଆସିଥିଲେ। ଏମାନେ ରୁଷ ସେନାରେ ଭଲିଣ୍ଟିଅର ଭାବେ କାମ କରୁଥିଲେ। ବନ୍ଧୁକ ଚାଳନ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଉକ୍ତ ବ୍ୟକ୍ତି ଦ୍ୱୟ ସ୍ୱେଚ୍ଛାକୃତ ଭାବେ ଟ୍ରେନିଂ ସେଣ୍ଟରକୁ ଆସିଥିଲେ। ୟୁକ୍ରେନ ବିରୋଧୀ ସ୍ୱତନ୍ତ୍ର ସେନା ଅପରେସନରେ ମିଶିବାକୁ ଇଚ୍ଛା ପ୍ରକାଶ କରି ସେ ଟ୍ରେନିଂ ସେଣ୍ଟର ଭିତରକୁ ପ୍ରବେଶ କରିଥିଲେ। ଏହାପରେ ଏକ ବନ୍ଧୁକରେ ଟ୍ରେନିଂ ନେଉଥିବା ରୁଷ ସେନା ଉପରେ ଆକ୍ରମଣ କରିଥିଲେ ଆତଙ୍କବାଦୀ। ଏହାର ପ୍ରତି ଜବାବରେ ରୁଷ ସେନା ମଧ୍ୟ ଏହି ଦୁଇ ବ୍ୟକ୍ତିଙ୍କ ଉପରେ ଗୁଳିମାଡ କରିଥିବା ସୂଚନା ମିଳିଛି |






More Stories
ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ବଡ ତ୍ରୁଟି; ବହିରେ ୧୬୭୮ଟି ଭୁଲ ଚିହ୍ନଟ…..
ଭ୍ୟାନ୍ କୂଅକୁ ଖସି ୧୪ ମୃତ…..
ସୂଚନା ଅଧିକାର ଆଇନ ବ୍ୟବସାୟ ପାଲଟିଛି…..