ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭାରତର ପ୍ରଥମ ଆଲୁମିନିୟମ ପଣ୍ୟବାହୀ ରେଳ ରେକ୍ ଶୁଭାରମ୍ଭ ହୋଇଛି | କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରବିବାର ଭୁବନେଶ୍ୱର ରେଳଷ୍ଟେସନରେ ଏହାର ଶୁଭାରମ୍ଭ କରିଛନ୍ତି । ଏହି ଆଲୁମିନିୟମ ରେକ୍ ପାରମ୍ପରିକ ରେକ୍ ତୁଳନାରେ ୧୮୦ ଟନ୍ ଅତିରିକ୍ତ ମାଲ ପରିବହନ କରିପାରିବ। ଏହା ପୁରୁଣା ଷ୍ଟିଲ ରେକ୍ ତୁଳନାରେ ୧୮୦ ଟନ୍ ଅଧିକ ହାଲୁକା। ଆଦିତ୍ୟ ବିର୍ଲା ଗ୍ରୁପ୍ କମ୍ପାନୀ ହିଣ୍ଡାଲକୋ ଦ୍ୱାରା ଏହି ରେକ୍ ବିକଶିତ ହୋଇଛି। ଏହି ଅବସରରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଆଗରୁ ଏହି ଧାତବରେ ତିଆରି ଅନେକ ହାଇସ୍ପିଡ୍ ଟ୍ରେନ୍ ଚାଲିବାକୁ ଯାଉଛି। ଏହା ପରିବେଶ ଉପଯୋଗୀ। ଏହା ତାର ଜୀବନକାଳ ଭିତରେ ୪୦ ହଜାର ୫ ଶହ ଟନ୍ ଅଙ୍ଗାରକାମ୍ଳ ନିର୍ଗମନକୁ କମ୍ କରିବ। ୩୦ ବର୍ଷ ପର୍ଯ୍ୟନ୍ତ କୌଣସି ପ୍ରଯତ୍ନ ଖର୍ଚ୍ଚ କରିବାକୁ ପଡ଼ିବନି। ଏହାଛଡ଼ା ଶତପ୍ରତିଶତ ବିଘଟନଯୋଗ୍ୟ। ଏପଟେ ଭୁବନେଶ୍ୱର ରେଳଷ୍ଟେସନର କିଛି ମାସ ଭିତରେ ବିଶ୍ୱସ୍ତରୀୟ ରେଳଷ୍ଟେସନର ରୂପ ନେବାକୁ ଯାଉଥିବା ସେ ଏହି ଅବସରରେ କହିଛନ୍ତି। ଏଥିପାଇଁ ପ୍ଲାନିଂ, ଡିଜାଇନ ଓ ଟେଣ୍ଡର କାମ ଶେଷ ହୋଇଛି। ଆଜି ଏହାର ସମୀକ୍ଷା କରାଯାଇଛି। ଖୁବଶୀଘ୍ର ଭୂମି ପୂଜନ ହେବ।






More Stories
ଚକୋଲେଟ୍ ବାଣ୍ଟିଲେ ରାଷ୍ଟ୍ରପତି……
ଭାଜପା ଉପରୁ ଜନତାଙ୍କ ବିଶ୍ୱାସ ତୁଟିଛି,ଏଠାରୁ ପରିବର୍ତ୍ତନର ଆରମ୍ଭ :ଧର୍ମେନ୍ଦ୍ର….
ଶିକ୍ଷା ଭବିଷ୍ୟତ ନିର୍ମାଣର ମୂଳଦୁଆ….