ରିପୋର୍ଟ କାର୍ଡ / ଭୁବନେଶ୍ବର
ଆସନ୍ତା ମେ’ ଶେଷ ସପ୍ତାହରେ ଭୁବନେଶ୍ବରକୁ ସିଙ୍ଗାପୁରକୁ ବିମାନ ଉଡ଼ାଣ କରିବ। ଏହାଦ୍ବାରା ଓଡ଼ିଶା ପାଇଁ ନୂଆ ସୁଯୋଗ ସୃଷ୍ଟି ହେବ। ଜାପାନ ଗସ୍ତରେ ଯିବା ଅବସରରେ ମୁଖ୍ୟମନ୍ତ୍ରୀ କିଛି ସମୟ ପାଇଁ ସିଙ୍ଗାପୁର ବିମାନବନ୍ଦରରେ ଅଟକିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି.କେ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କ ସହ ଭାବ ବିନିମୟ କରିଥିଲେ। ପାଣ୍ଡିଆନ ଏହି ଭିଡିଓକୁ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରି ଭୁବନେଶ୍ବର-ସିଙ୍ଗାପୁର ବିମାନ ଉଡ଼ାଣ ନେଇ ସୂଚନା ଦେଇଛନ୍ତି। ଏହାସହ ଲେଖିଛନ୍ତି ଯେ ଦକ୍ଷତା ବିକାଶ ପାଇଁ ଆମେ ପୂର୍ବରୁ ଆଇଟିଇଏସ୍ ସିଙ୍ଗାପୁର ସହ ସହବନ୍ଧିତ। ଆମର ଛାତ୍ରଛାତ୍ରୀମାନେ ଏଠାରେ ପ୍ରଶିକ୍ଷଣ ନେଇଛନ୍ତି।






More Stories
ସୁଭଦ୍ରା ଯୋଜନାକୁ ନେଇ ବଡ଼ ଘୋଷଣା…..
ସ୍ୱନକ୍ଷତ୍ର ଉତ୍ସବରେ ୬୬୨ବର୍ଗ କଲେଜ ସଂଘର ଶପଥ……
ପଞ୍ଚାୟତ ନିର୍ବାଚନକୁ ନେଇ ଆସିଲା ବଡ ସୂଚନା…..