ରିପୋର୍ଟ କାର୍ଡ / କଳାହାଣ୍ଡି
କଳାହାଣ୍ଡି ଜିଲ୍ଲାର ପୂର୍ବତନ ବିଧାୟିକା ରୋଶନି ସିଂଦେଓଙ୍କର ପରଲୋକ ଘଟିଛି | ୮୨ ବର୍ଷ ବୟସରେ ତାଙ୍କକର ଦେହାନ୍ତ ହୋଇଛି | ଶ୍ରୀମତୀ ସିଂଦେଓ ତାଙ୍କର ଭୁବନେଶ୍ୱରସ୍ଥିତ ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ଜଣାପଡ଼ିଛି । ତାଙ୍କର ମୃତ୍ୟୁ ସମ୍ବାଦ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଗଣେଶୀ ଲାଲଙ୍କ ସମେତ ବହୁତ ରାଜନେତା, ପ୍ରଶାସକ, ସାମ୍ବାଦିକ, ଶୁଭେଚ୍ଛୁ ଓ ଆତ୍ମୀୟସ୍ୱଜନ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି । ଶ୍ରୀମତୀ ସିଂଦେଓ ଦୁଇଥର ବିଧାୟିକା ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେ ଗତ ୧୯୯୫ ଓ ୨୦୦୦ ମସିହାରେ ଲଗାତର ଦୁଇଥର କୋକସରା ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇଥିଲେ । ସେ ହେଉଛନ୍ତି ବିଜେଡି ନେତା ପୁଷ୍ପେନ୍ଦ୍ର ସିଂଦେଓଙ୍କ ମାଆ । ତାଙ୍କର ମୃତ୍ୟୁରେ ସମଗ୍ର କଳାହାଣ୍ଡି ଜିଲ୍ଲାରେ ଶୋକର ଲହରି ଖେଳିଯାଇଛି ।






More Stories
ଚକୋଲେଟ୍ ବାଣ୍ଟିଲେ ରାଷ୍ଟ୍ରପତି……
ଭାଜପା ଉପରୁ ଜନତାଙ୍କ ବିଶ୍ୱାସ ତୁଟିଛି,ଏଠାରୁ ପରିବର୍ତ୍ତନର ଆରମ୍ଭ :ଧର୍ମେନ୍ଦ୍ର….
ଶିକ୍ଷା ଭବିଷ୍ୟତ ନିର୍ମାଣର ମୂଳଦୁଆ….