ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡ଼ିଶାର ପୂର୍ବତନ ମନ୍ତ୍ରୀ, ନୂଆପଡା ଜିଲ୍ଲାର ବର୍ଷିଆନ ଆଦିବାସୀ ନେତା ଦୁର୍ଯ୍ୟୋଧନ ମାଝୀଙ୍କର ପରଲୋକ ଘଟିଛି । ଜଣେ ଦକ୍ଷ ରାଜନୀତିଜ୍ଞ ଏବଂ ଅମାୟିକ ବ୍ୟକ୍ତି ଭାବରେ ପରିଚିତ ଶ୍ରୀ ମାଝୀ ଖଡିଆଳରୁ ୫ ଥର ରାଜ୍ୟ ବିଧାନସଭାକୁ ନର୍ବାଚିତ ହୋଇଥିଲେ । ତାଙ୍କ ମୃତ୍ୟୁରେ ରାଜ୍ୟର ବହୁ ରାଜନୀତିଜ୍ଞ ଓ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି । ଏଥିସହିତ ଶ୍ରୀ ମାଝୀଙ୍କର ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ।






More Stories
ହାତୀକୁ ଫାର୍ମହାଉସରେ ପୋତିଥିଲେ:୩ ଗିରଫ……
ହାଜତ ମୃତ୍ୟୁର ରିପୋର୍ଟ ମାଗିଲେ NHRC…..
ବଢିଲା ବସ୍ ଭଡ଼ା…..