ରିପୋର୍ଟ କାର୍ଡ / ମୟୁରଭଞ୍ଜ
ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ଏସପିଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ପୋଲିସ କନଷ୍ଟେବଳ ନିହାର ରଞ୍ଜନ ଦଣ୍ଡପାଟ ଘରେ ସକାଳୁ ଭିଜିଲାନ୍ସ ରେଡ କରିଛି । ଏକାଥରେ ୬ଟି ଟିମ୍ରେ ପ୍ରାୟ ୩୫ ଜଣ ଅଫିସର ଜିଲ୍ଲାର ୬ଟି ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି । ନିହାର ରଞ୍ଜନ ଦଣ୍ଡପାଟ ଦୀର୍ଘ ଦିନ ହେବ ଭିଜିଲାନ୍ସ ସ୍କାନରରେ ଥିଲେ । ନିହାରଙ୍କ ପରିବାର ନାଁରେ ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନ ରହିଥିବା ବେଳେ ଅନେକ ଚାରିଚକିଆ ଓ ଦୁଇ ଚକିଆ ଗାଡି ମଧ୍ୟ ରହିଛି । କଟକ ଭିଜିଲାନ୍ସ ସେଲ୍ ପକ୍ଷରୁ ତାଙ୍କର ପୈତୃକ ଘର, ଶ୍ୱଶୁର ଘର, ନିଜସ୍ୱ ଘର ଓ ବ୍ୟବସାୟ ପ୍ରତିଷ୍ଠାନରେ ଏକ ସଙ୍ଗେ ଚଢ଼ାଉ ଜାରି ରହିଛି। ଭିଜିଲାନ୍ସ ଟିମ୍ ପକ୍ଷରୁ ନିହାରଙ୍କ ବାରିପଦା ସହରର ଭଞ୍ଜପୁରଠାରେ ଥିବା ଏକ ୩ ମହଲା କୋଠା, ଗୋଟିଏ ଦୋକାନ ଘର, ପୈତୃକ ଗାଁରେ ଥିବା ଏକ କୋଠାରେ ଚଢ଼ାଉ ଜାରି ରହିଛି । କିଛି ଦିନ ପୂର୍ବରୁ ନିହାର ରଞ୍ଜନ ଚାକିରିରୁ ଅବସର ନେବାପାଇଁ ଆବେଦନ କରିଥିଲେ। ତାଙ୍କ ନାଁରେ ପୂର୍ବରୁ ବହୁ ଥର ଅଭିଯୋଗ ହୋଇଥିବା ବେଳେ ସେ ଭିଜିଲାନ୍ସ ସ୍କାନରରେ ଥିଲେ। ଏହାପରେ ପୂର୍ବ ଯୋଜନା ମୁତାବକ ଆଜି ଚାଲିଛି ଚଢ଼ାଉ।






More Stories
ବଦଳିଲେ ଆଇଆଇସି,୪ ପୋଲିସ ସସ୍ପେଣ୍ଡ୍…..
ବାଲିଅନ୍ତା ହତ୍ୟା ଘଟଣାର ହେବ କ୍ରାଇମବ୍ରାଞ୍ଚ ତଦନ୍ତ…..
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ…..