ରିପୋର୍ଟ କାର୍ଡ / ବଲାଙ୍ଗୀର
ନକଲି ସାର୍ଟିଫିକେଟରେ ଶିକ୍ଷକ ଚାକିରି ମାମଲାରେ ୪ ନକଲି ଶିକ୍ଷକଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି। ବହିଷ୍କୃତ ଶିକ୍ଷକ ହେଲେ ବଲାଙ୍ଗୀରର ସଞ୍ଜିତ ପାଣି ମହାନନ୍ଦ, ମୃଣ୍ମୟୀ ପଣ୍ଡା, ବିରଞ୍ଚି ପ୍ରସାଦ ନାୟକ ଓ ଅଲମା ଟପୋ । ସମସ୍ତେ ନକଲି ସାର୍ଟିଫିକେଟ ଦେଇ ସରକାରୀ ଚାକିରି କରିଥିଲେ ବୋଲି ଜଣାପଡ଼ିଛି। ଗତ ୧୦ତାରିଖରେ ରଣ୍ଡା ଉଚ୍ଚବିଦ୍ୟାଳୟର ହିନ୍ଦୀ ଶିକ୍ଷୟିତ୍ରୀ ମୃଣ୍ମୟୀ ପଣ୍ଡାଙ୍କୁ ଗିରଫ କରିଥିଲା ପୁଲିସ । ୨୦୧୩ ମସିହାରୁ ନକଲି ସାର୍ଟିଫିକେଟରେ ମୃଣ୍ମୟୀ ଚାକିରି କରିଥିବା ଅଭିଯୋଗ ହୋଇଛି । ମୃଣ୍ମୟୀ ପ୍ରଦାନ କରିଥିବା ସାର୍ଟିଫିକେଟ ଅନୁସାରେ ଗୋଟିଏ ବର୍ଷରେ ସେ ଯୁକ୍ତ ଦୁଇ ଓ ହିନ୍ଦୀ ଟିଚର୍ସ ଟ୍ରେନିଂ ପାସ କରିଥିଲେ। ଜିଲା ଶିକ୍ଷାଧିକାରୀ ଏ ସଂକ୍ରାନ୍ତରେ ଟାଉନଥାନାରେ ଅଭିଯୋଗ କରିଥିଲେ । ଅନ୍ୟ ୩ ଜଣ ଫେରାର ଥିବା ଜଣାପଡ଼ିଛି।






More Stories
ଗୁଳି କରି ବ୍ୟବସାୟୀଙ୍କୁ ହତ୍ୟା…..
ବିଜେଡିରେ ସୁଜାତା ସାମିଲ;ବିଜେଡି ୨ ଫାଳ!….
ମାଗଣା ମିଳିବ ସ୍କୁଲ୍ ବ୍ୟାଗ୍……