ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଚାଇନାର ରାଜଧାନି ବେଜିଂରେ ଫ୍ରାନ୍ସ ରାଷ୍ଟ୍ରପତି ଇମ୍ୟାନୁଏଲ ମ୍ୟାକ୍ରୋନଙ୍କୁ ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗ ସାକ୍ଷାତ୍ କରିଛନ୍ତି। ଦୁଇ ଦେଶର ମୁଖ୍ୟଙ୍କ ମଧ୍ୟରେ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ହେବ। ସୂଚନା ଏଏଫପି ପକ୍ଷରୁ ଦିଆଯାଇଛି। ଫ୍ରାନ୍ସ ରାଷ୍ଟ୍ରପତି ମ୍ୟାକ୍ରୋଙ୍କ ସହ ବୈଠକକୁ ନେଇ ଜିନପିଙ୍ଗ କହିଛନ୍ତି ଚାଇନା ଓ ଫ୍ରାନ୍ସ ନିକଟରେ ମତଭେଦ ଓ ପ୍ରତିବନ୍ଧକୁ ଡେଇଁ ଯିବାକୁ କ୍ଷମତା ଓ ଉତ୍ତରଦାୟିତ୍ୱ ରହିଛି। କାରଣ ବିଶ୍ୱ ଗମ୍ଭିର ଐତିହାସିକ ପରିବର୍ତ୍ତନ ଦେଇ ଗତି କରୁଛି। ଫ୍ରାନ୍ସ ରାଷ୍ଟ୍ରପତି ମ୍ୟାକ୍ରୋନ ଟୁଇଟ କରି କହିଛନ୍ତି, ‘ମୋର ବିଶ୍ୱାସ ଯେ ଶାନ୍ତି ନିର୍ମାଣରେ ଚାଇନାର ବଡ ଭୂମିକା ରହିଛି। ମୁଁ ଏହା ବିଷୟରେ ଆଲୋଚନା କରି ଆଗକୁ ବଢିବାକୁ ଆସିଛି। ରାଷ୍ଟ୍ରପତି ଜିନପିଙ୍ଗଙ୍କ ସହ ଆମେ ଆମର ବ୍ୟବସାୟ, ଜଳବାୟୁ ଓ ଜୈବ ବିବିଧତା ଓ ଖାଦ୍ୟ ସୁରକ୍ଷାକୁ ନେଇ ଆଲୋଚନା କରିବୁ।






More Stories
ରାଜନାଥ ସିଂହଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ…..
ଦାୟିତ୍ୱ ଗ୍ରହଣ କଲେ ନୂଆ ସ୍ଥଳସେନା ମୁଖ୍ୟ…..
ଆଫଗାନିସ୍ତାନ ଉପରେ ଆକ୍ରମଣ ,୩୬ ମୃତ…..