Report Card Odisha

| Daily Odia News

ଝିଅଙ୍କୁ ମାଗଣା ସ୍କୁଟି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କେନ୍ଦ୍ର ଓ କିଛି ରାଜ୍ୟ ସରକାର ଝିଅମାନଙ୍କ ପାଇଁ ବିଭିନ୍ନ ପ୍ରକାର ଯୋଜନା ଘୋଷଣା କରିଥିଲେ । ନିକଟରେ ଉତ୍ତରପ୍ରଦେଶ ସରକାର ଝିଅମାନଙ୍କ ପାଇଁ ଲକ୍ଷ୍ମୀବାଇ ଯୋଜନାର ଘୋଷଣା କରିଛନ୍ତି | ଲକ୍ଷ୍ମୀବାଇ ଯୋଜନାରେ ଝିଅମାନେ ବିଶେଷ ଭାବେ ଉପକୃତ ହେବେ । ରାଜ୍ୟ ସରକାର ଝିଅମାନଙ୍କୁ ମାଗଣାରେ ସ୍କୁଟି ମିଳିବ । ନିର୍ବାଚନ ସମୟରେ ବିଜେପି ନିଜର ଘୋଷଣାପତ୍ରରେ ଏନେଇ ଉଲ୍ଲେଖ କରିଥିଲା । ତେବେ ଗ୍ରାଜୁଏଟ ଓ ପୋଷ୍ଟ ଗ୍ରାଜୁଏଟଧାରୀ ମେଧାବୀ ଛାତ୍ରୀମାନଙ୍କୁ ଏହି ସ୍କୁଟି ଦିଆଯିବ । ଝିଅମାନଙ୍କୁ ଆତ୍ମନିର୍ଭରଶୀଳ କରାଇବା ଉଦ୍ଦେଶ୍ୟରେ ସରକାର ଏହି ପଦକ୍ଷେପ ନେଇଛନ୍ତି । ତେବେ ଏହି ମାଗଣା ସ୍କୁଟିର ଫାଇଦା ପାଇବା ପାଇଁ ହେଲେ କିଛି ଯୋଗ୍ୟତାର ଆବଶ୍ୟକତା ରହିଛି । ଯୋଗ୍ୟ ଛାତ୍ରୀମାନେ ଅଫିସିଲଆଲ ୱେବସାଇଟକୁ ଯାଇ ଏନେଇ ଆବେଦନ କରିପାରିବେ । ଏଥିପାଇଁ ଶିକ୍ଷାଗତ ଯୋଗ୍ୟତା, ବ୍ୟାଙ୍କ ଖାତା, ପାସପୋର୍ଟ ସାଇଜ ଫଟୋ, ବୟସ ପ୍ରମାଣପତ୍ର, ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର, ଆଧାରକାର୍ଡର ଆବଶ୍ୟକତା ରହିଥିବା ବେଳେ ପରିବାରର ଆୟ ୨.୫ ଲକ୍ଷରୁ କମ୍ ହେବା ଦରକାର । ଛାତ୍ରୀମାନେ ୧୦ମ କିମ୍ବା ଦ୍ୱାଦଶରେ ୭୫ ପ୍ରତିଶତ ନମ୍ବର ରଖିଥିବା ଆବଶ୍ୟକ ।

Breaking News