ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଫ୍ରାନ୍ସର ହାଇ ସ୍ପିଡ୍ ରେଳପଥ ଉପରେ ବଡ଼ ହମଲା କରାଯାଇଥିବା ସୂଚନା ମିଳିଛି। ରେଳ ଲାଇନରେ ଅଗ୍ନି ସଂଯୋଗ କରାଯିବା ସହ ଭଙ୍ଗାରୁଜା କରାଯିବାରୁ ଯାତାୟତ ପ୍ରଭାବିତ ହୋଇଛି। ପ୍ୟାରିସ୍ ଅଲିମ୍ପିକ୍ସର ଉଦଘାଟନୀ ସମାରୋହର କିଛି ଘଣ୍ଟା ପୂର୍ବରୁ ଏପରି ହମଲା କରିଛନ୍ତି ଦୁର୍ବୃତ୍ତ। ଜାତୀୟ ଟ୍ରେନ୍ ଅପରେଟରଙ୍କ ସୂଚନା ଅନୁସାରେ, ଗୁରୁବାର ରାତିରେ ଫ୍ରାନ୍ସର ହାଇ ସ୍ପିଡ୍ ରେଲ ନେଟୱାର୍କ ଉପରେ ବଡ଼ ହମଲା ହୋଇଛି। ଏହା ଫଳରେ ଆଟଲାଣ୍ଟିକ୍, ଉତ୍ତର ଏବଂ ପୂର୍ବ ଲାଇନରେ ଯାତାୟତ ବିଶେଷ ଭାବେ ପ୍ରଭାବିତ ହୋଇଛି। ହମଲା ପରେ ଏକାଧିକ ରେଳ ଗତିପଥ ପରିବର୍ତ୍ତନ କରାଯାଇ ଥିବାବେଳେ ଅନେକ ରେଳ ସେବା ବାତିଲ୍ କରାଯାଇଛି। ଏଥିରେ ୮ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ବର୍ତ୍ତମାନ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ସ୍ଥିତିରେ ସମ୍ପୂର୍ଣ୍ଣ ସୁଧାର ଆସିବା ପାଇଁ ଗୋଟିଏ ସପ୍ତାହରୁ ଊର୍ଦ୍ଧ୍ୱ ସମୟ ଲାଗିଯିବ। ସେପଟେ ପ୍ୟାରିସ୍ ଅଲିମ୍ପିକ୍ସର ଉଦଘାଟନୀ ସମାରୋହର କିଛି ଘଣ୍ଟା ପୂର୍ବରୁ ହୋଇଥିବା ଏହି ଆକ୍ରମଣକୁ ଘୋର ନିନ୍ଦା କରିଛନ୍ତି ପରିବହନ ମନ୍ତ୍ରୀ । ଖୁବ୍ ଶୀଘ୍ର ସ୍ଥିତିରେ ସୁଧାର ଆଣାଯିବାକୁ ଚେଷ୍ଟା ଚାଲିଥିବା ସେ କହିଛନ୍ତି। ପ୍ରକାଶ ଥାଉକି, ୨୦୨୪ ଅଲିମ୍ପିକ୍ସ ଫ୍ରାନ୍ସ ରାଜଧାନୀର ପ୍ୟାରିସରେ ଆୟୋଜିତ ହେଉଛି। ଆଜି ଉଦଘାଟନୀ ସମାରୋହର କାର୍ଯ୍ୟକ୍ରମ ରହିଛି। ଅଗଷ୍ଟ ୧୧ ଯାଏ ମ୍ୟାଚ୍ ଚାଲିବ। ଏଥିରେ ବିଭିନ୍ନ ଦେଶର ୧୦,୫୦୦ ଖେଳାଳି ଭାଗ ନେଇଛନ୍ତି।
More Stories
ଗଣମାଧ୍ୟମ ଚ୍ୟାନେଲ କୁ ସରକାରଙ୍କର ୯ ନିର୍ଦ୍ଦେଶ…..
ଆକ୍ରମଣର ତଦନ୍ତ ପାଇଁ ଆମେ ରାଜି:ପାକିସ୍ତାନ…..
ଇରାନରେ ବଡ଼ ଧରଣର ବିସ୍ଫୋରଣ,୪୦୦ରୁ ଊର୍ଦ୍ଧ୍ବ ଆହତ…..