ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀ ଭୁବନେଶ୍ୱରରରେ ଜଣେ ମହିଳା ବର୍ଥ ଡେ ପାର୍ଟିରେ ଯାଇ ଗଣ ଦୁଷ୍କର୍ମର ଶିକାର ହୋଇଛନ୍ତି | ଏନେଇ ମହିଳାଜଣଙ୍କ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିବା ପରେ ଏହି ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ତେବେ ଅଭିଯୋଗ ଅନୁଯାୟୀ ମହିଳା ଜଣକ ଯାଇଥିବା ବାର୍ଥ ଡେ ପାର୍ଟିରେ ମାତ୍ରାଧିକ ହୋ-ହାଲ୍ଲା ହୋଇଥିଲା । ଫଳରେ ସେ ଏହାକୁ ବିରୋଧ କରିବାକୁ ତାଙ୍କୁ ୧୧ ଜଣ ମିଶି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ତେବେ ମହିଳା ଜଣଙ୍କ ତାଙ୍କ ସହ ହୋଇଥିବା ଦୁଷ୍କର୍ମ ଘଟଣା ସମ୍ପର୍କରେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ । ଫଳରେ ଏହି ଅଭିଯୋଗକୁ ଆଧାର କରି ମଞ୍ଚେଶ୍ୱର ଥାନା ପୋଲିସ ଘଟଣାର ତଦନ୍ତ କରିବା ସହ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏଥିସହିତ ସେମାନଙ୍କୁ କୋର୍ଟ ଚାଲାଣ କରିଛି । ଏତତ୍ ବ୍ୟତୀତ ଅନ୍ୟ ୮ ଜଣ ଅଭିଯୁକ୍ତଙ୍କୁ ପୋଲିସ ଖୋଜୁଥିବା ସୂଚନା ମିଳିଛି ।






More Stories
ବର୍ଷାକୁ ନେଇ ବଡ଼ ଅପଡେଟ୍:ଜାରି ହେଲା ଆଲର୍ଟ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ:ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ…..