ରିପୋର୍ଟ କାର୍ଡ / ଛତ୍ରପୁର
ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ଆର୍ଯ୍ୟପଲ୍ଲି ଗ୍ରାମରେ ଆଜି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସମୁଦ୍ରରେ ଗାଧୋଇବା ବେଳେ ଭାସିଯାଇଛନ୍ତି ୨ ଛାତ୍ରୀ। ଏମାନଙ୍କ ଭିତରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ନିଖୋଜ ଥିବା ଜଣାଯାଇଛି। ମୃତ ଛାତ୍ରୀ ହେଲେ କନିଷିର ସ୍ୱପ୍ନାରାଣୀ ପଣ୍ଡିତ ଏବଂ ନିଖୋଜ ଛାତ୍ରୀ ହେଲେ ଶେରଗଡ଼ର ଗୁଡିଲି ମିଶ୍ର। ଉଭୟେ ଯାତ୍ରା ଦେଖିବା ପାଇଁ ନିଜ ମାମୁଙ୍କ ଘରକୁ ଆସିଥିବା ବେଳେ ଆଜି ସକାଳ ୭ଟା ବେଳେ ୫ଜଣ ସାଙ୍ଗଙ୍କ ସହ ମିଶି ସମୁଦ୍ରକୁ ଗାଧୋଇବା ପାଇଁ ଯାଇଥିଲେ। ସେଠାରେ ସ୍ନାନ କରିବା ବେଳେ ଅସାବଧାନତା ହେତୁ ପାଣିରେ ଭାସିଯାଇଥିଲେ। ସେମାନଙ୍କ ମଧ୍ୟରୁ ୩ଜଣ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିବା ବେଳେ ଜଣେ ମୃତ ଏବଂ ଜଣେ ନିଖୋଜ ହୋଇଛନ୍ତି। ଖବର ପାଇ ଗ୍ରାମବାସୀ ଏବଂ ଓଡ୍ରାଫ ବାହିନୀଙ୍କ ମିଳିତ ଉଦ୍ୟମରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।






More Stories
ବ୍ୟବସାୟୀଙ୍କୁ ଅପହରଣ ଘଟଣା:୫୦ ଲକ୍ଷ ପାଇଁ ହୋଇଥିଲା ଷଡ଼ଯନ୍ତ୍ର……
ବନ୍ୟାଞ୍ଚଳରେ ଗ୍ରାଉଣ୍ଡ ଜିରୋରେ ମୁଖ୍ୟମନ୍ତ୍ରୀ…..
ରାହୁଲଙ୍କୁ ଆଶ୍ୱସ୍ତି…..