ରିପୋର୍ଟ କାର୍ଡ / ଗଞ୍ଜାମ
କିରୋସିନ ଢାଳି ନିଜକୁ ଜାଳିଦେଲେ ଜଣେ କଲେଜ ଛାତ୍ରୀ । ଏପରି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ କୋଟିନାଡ଼ା ଥାନା ଅନ୍ତର୍ଗତ ଭେଟନଇ ଗାଁରେ । ମୃତ ଛାତ୍ରୀ ଜଣଙ୍କ ହେଲେ ୧୭ ବର୍ଷୀୟା ପୂଜା ଗୌଡ। ଆଜି ସକାଳେ ପୂଜା ଘରେ ଏକୁଟିଆ ଥିଲେ। ଏହି ସମୟରେ ସେ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ। ପୋଡ଼ା ଗନ୍ଧ ବାରି ପାଖ ପଡ଼ୋଶୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି ସମୟରେ ପୂଜା ହୁତୁହୁତୁ ହୋଇ ଜଳୁଥିବା ଦେଖିଥିଲେ। ପରେ ନିଆଁକୁ ଲିଭାଇବା ଚେଷ୍ଟା କରିଥିଲେ। ହେଲେ ବିଳମ୍ବ ହୋଇଯାଇଥିଲା। ପୂଜା ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ। ପୂଜାଙ୍କ ବାପା ସୁରତରେ କାମ କରୁଥିବା ବେଳେ ମା’ ଆଜି ସକାଳେ ବିଲକୁ କାମକୁ ଯାଇଥିଲେ। କେଉଁ କାରଣ ପାଇଁ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କଲେ ତାର କାରଣ ଜଣାପଡ଼ିନାହିଁ। ଏନେଇ ପୋଲିସ ପରିବାର ଲୋକଙ୍କୁ ପଚରାଉଚରା କରୁଥିବା ଜଣାପଡିଛି |






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..