ରିପୋର୍ଟ କାର୍ଡ / ମୟୂରଭଞ୍ଜ
ସରକାରୀ ଯାତ୍ରୀବାହୀ ବସ୍ରେ ଗଞ୍ଜେଇ ଚାଲାଣ ବେଳେ ମାଡ଼ିବସିଲା ପୋଲିସ । ଆଜି ଏକ OSRTC ବସ୍ ଅନୁଗୋଳରୁ ଭାୟା ରାଇରଙ୍ଗପୁର ଦେଇ ବାରିପଦା ଯାଉଥିଲା । ଯଶୀପୁର ବସଷ୍ଟାଣ୍ଡରେ ଯାତ୍ରୀମାନଙ୍କୁ ଓହ୍ଲାଉଥିବା ବେଳେ ଯଶୀପୁର ଥାନା ପୋଲିସ କୌଣସି ସୂତ୍ରରୁ ଖବର ପାଇ ବସ୍ ଭିତରେ ଚଢ଼ାଉ କରିଥିଲା । ବସ୍ରୁ ୨୩ କେ.ଜି. ଚୋରା ଗଞ୍ଜେଇ ସହ ବସ୍କୁ ମଧ୍ୟ ପୋଲିସ ଜବତ କରିଛି । ବସ୍ରେ ୨ ଜଣ ଡ୍ରାଇଭର ଓ କଣ୍ଡକ୍ଟରକୁ ଯଶୀପୁର ପୋଲିସ ଅଟକରଖି ପଚାରଉଚରା କରୁଥିବା ଜଣାପଡିଛି|






More Stories
ଗୁଳି କରି ବ୍ୟବସାୟୀଙ୍କୁ ହତ୍ୟା…..
ବିଜେଡିରେ ସୁଜାତା ସାମିଲ;ବିଜେଡି ୨ ଫାଳ!….
ମାଗଣା ମିଳିବ ସ୍କୁଲ୍ ବ୍ୟାଗ୍……