ରିପୋର୍ଟ କାର୍ଡ / ଭୁବନେଶ୍ବର
ଏଣିକି ଗ୍ୟାସ୍ ଅର୍ଡରର ୪୮ ଘଣ୍ଟା ମଧ୍ୟରେ ପାଖରେ ପହଞ୍ଚିବ ରନ୍ଧନ ଗ୍ୟାସ ସିଲିଣ୍ଡର। ଧାର୍ଯ୍ୟ ସମୟ ସୀମାରେ ଖାଉଟିଙ୍କ ପାଖରେ ଗ୍ୟାସ ନପହଞ୍ଚିଲେ ବିତରଣକାରୀ ସଂସ୍ଥା ବା ଡିଲରଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ। ପେଟ୍ରୋଲ୍, ଡିଜେଲ୍ ଓ ଏଲ୍ ପିଜି ଡିଲର୍ ସଂଘ ସହ ବୈଠକ ପରେ ଏ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେହିପରି ପେଟ୍ରୋଲ, ଡିଜେଲ୍ ମାନରେ କୌଣସି ସାଲିସ୍ କରାଯିବନି। ନିୟମିତ ଭାବେ ପେଟ୍ରୋଲ ଟାଙ୍କି ମାନଙ୍କରେ ଯାଞ୍ଚ କରାଗଲେ ଯଦି କେହି ଅପମିଶ୍ରଣ କରୁଥିବା ଜଣାପଡ଼ିବ, ତାହେଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଖାଉଟିଙ୍କୁ ଉତ୍ତମ ସେବା ପ୍ରଦାନକୁ ପ୍ରାଥମିକତା ଦେଇ ଏସବୁ ନିଷ୍ପତ୍ତି ନିଆଯାଇଥିବା ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି।





More Stories
ଓଡ଼ିଶା ସେମିକଣ୍ଡକ୍ଟର କ୍ଷେତ୍ରରେ ଆଗକୁ ବଢ଼ଛି…..
ଜାଭେଦ ଅଖତରଙ୍କୁ ସୋଆ ସାହିତ୍ୟ ସମ୍ମାନ ୨୦୨୫……
ଶଙ୍କରକୁ ଭୁବନେଶ୍ଵର ଆଣିଲା କ୍ରାଇମବ୍ରାଞ୍ଚ……