ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଗାତର ତୃତୀୟ ଥର ପାଇଁ ଏନଡିଏ ସରକାର ଗଢିବାକୁ ଯାଉଛନ୍ତି । ଯଦିଓ ଏଥର ବିଜେପି ନିଜ ବଳରେ ବହୁମତ ହାସଲ କରିପାରିନାହିଁ କିନ୍ତୁ ଏନଡିଏ ୨୯୦ରୁ ଅଧିକ ଆସନରେ ବିଜୟ ହାସଲ କରିଛି। ମୋଦିଙ୍କ ଲଗାତାର ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବାକୁ ନେଇ ଦେଶବିଦେଶରୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ମାଳଦୀପ ରାଷ୍ଟ୍ରଷ୍ପତି ମୋହମ୍ମଦ ମୁଇଜ୍ଜୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସୋଶାଲ ମିଡିଆ ହ୍ୟାଣ୍ଡେଲ ‘ଏକ୍ସ’ରେ ପୋଷ୍ଟ କରି ଲେଖିଛନ୍ତି, ‘୨୦୨୪ ନିର୍ବାଚନରେ କ୍ରମାଗତ ତୃତୀୟ ଥର ପାଇଁ ସଫଳ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ଏବଂ ଏନ୍ଡିଏକୁ ଶୁଭେଚ୍ଛା। ଉଭୟ ଦେଶର ସହଭାଗୀରେ ସମୃଦ୍ଧତା ପାଇଁ ମୁଁ ଏକାଠି କାମ କରିବାକୁ ମୁଁ ଆଗ୍ରହୀ।’ ଇଟାଲି ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ମଧ୍ୟ ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ Xରେ ପୋଷ୍ଟ କରି ଲେଖିଛନ୍ତି, ‘ନୂତନ ନିର୍ବାଚନ ବିଜୟ ଏବଂ ଭଲ କାମ ପାଇଁ ଶୁଭେଚ୍ଛା। ଏହା ନିଶ୍ଚିତ ଯେ ଇଟାଲୀ ଏବଂ ଭାରତକୁ ଏକତ୍ର କରୁଥିବା ବନ୍ଧୁତା ଏବଂ ଆମ ଦେଶ ତଥା ଆମ ଲୋକଙ୍କ କଲ୍ୟାଣ ସହ ଜଡିତ ପ୍ରସଙ୍ଗରେ ଆମେ ମିଳିତ ଭାବରେ କାର୍ଯ୍ୟ ଜାରି ରଖିବା।’






More Stories
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….
ଅଟକ ନେତାଙ୍କୁ ଛାଡ଼ିବାକୁ ୱାଙ୍ଗଚୁକଙ୍କ ଚେତାବନୀ….
ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ…..