ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ୍ ନିଜର ନୂଆ ଦଳ ନାମ ଘୋଷଣା କରିଛନ୍ତି। କଂଗ୍ରେସ ଛାଡ଼ିବାର ଠିକ୍ ମାସେ ପରେ ସେ ନୂଆ ଦଳ ଗଠନ କରିଛନ୍ତି। ଆଜି ସାମ୍ବାଦିକ ସମ୍ମିଳନୀ କରି ଗୁଲାମ ନବୀତାଙ୍କ ନୂଆ ରାଜନୈତିକ ଦଳର ନାଁ ‘ଡେମୋକ୍ରାଟିକ ଆଜାଦ୍ ପାର୍ଟି’ ବୋଲି ଘୋଷଣା କରିଛନ୍ତି। ନୂଆ ଦଳ ‘ଡେମୋକ୍ରାଟକ୍ ଆଜାଦ ପାର୍ଟି’ର ପତାକା ମଧ୍ୟ ଉନ୍ମୋଚନ କରିଛନ୍ତି। ପତାକାରେ ତିନୋଟି ରଙ୍ଗ ନୀଳ, ଧଳା ଓ ହଳଦିଆ ରହିଛି। ସୂଚନାଯୋଗ୍ୟ, ଗତ ଅଗଷ୍ଟ ୨୬ ତାରିଖରେ ଗୁଲାମନବୀ କଂଗ୍ରେସ ଛାଡିଥିଲେ | ନିଜର ଏକ ଦଳ ଗଢିବା ନେଇ ସେ କହିଥିଲେ |






More Stories
ମଧ୍ୟପ୍ରଦେଶର ଆଗର ମାଲୱା ଦୁର୍ଘଟଣା;ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ…..
ଆଜିଠୁ ଏସୀୟ କ୍ରୀଡ଼ା ମହାକୁମ୍ଭ…..
ପାକିସ୍ତାନରେ ବିସ୍ଫୋରଣ;୧୫ ମୃତ…..