ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀ ଭୁବନେଶ୍ୱରରେ ଥିବା ଶହୀଦନଗର ଅଞ୍ଚଳରୁ ଜଣେ ଯୁବତୀଙ୍କୁ ଅପହରଣ ଅଭିଯୋଗ ହୋଇଛି । ଏକ କଳା ସ୍ୱିଫ୍ଟ ଡିଜାୟାର୍ କାର୍ରେ କିଛି ଯୁବକ ଆସି ସେହି ଯୁବତୀଙ୍କୁ ଜୋର୍ ଜବରଦସ୍ତି କରି କାର୍ରେ ବସାଇ ଅପହରଣ କରି ନେଇଛନ୍ତି। ଅପହରଣ ପରେ କିଛି ସ୍ଥାନୀୟ ଲୋକ ସେହି କାର୍କୁ ପିଛା କରିଥିଲେ। ପରେ କାର୍କୁ ଅଟକାଇବା ପାଇଁ ଲୋକମାନେ କାର୍କୁ ପଥର ମାଡ଼ କରିଥିଲେ। କିନ୍ତୁ କାର୍କୁ ଦୁର୍ବୃତ୍ତମାନେ ନେଇ ପଳାଇଯାଇଛନ୍ତି। ଅପହପରଣ ହୋଇଥିବା ଯୁବତୀଙ୍କ ପରିଚୟ ମିଳିପାରି ନାହିଁ। ସମସ୍ତଙ୍କୁ ଚକମା ଦେଇ ଯୁବତୀଙ୍କୁ ନେଇ ଚମ୍ପଟ ମାରିଛି ଏହି କାର୍।






More Stories
ଚକୋଲେଟ୍ ବାଣ୍ଟିଲେ ରାଷ୍ଟ୍ରପତି……
ଭାଜପା ଉପରୁ ଜନତାଙ୍କ ବିଶ୍ୱାସ ତୁଟିଛି,ଏଠାରୁ ପରିବର୍ତ୍ତନର ଆରମ୍ଭ :ଧର୍ମେନ୍ଦ୍ର….
ଶିକ୍ଷା ଭବିଷ୍ୟତ ନିର୍ମାଣର ମୂଳଦୁଆ….