ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଗକୁ ଆସୁଛି ନୂଆବର୍ଷ ଓ ବଡ଼ଦିନ | ସେଥି ପାଇଁ ଅବକାରୀ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି। ଏହି ଯୋଜନା ଅନୁଯାୟୀ ବଡ଼ଦିନ ଓ ନୂଆବର୍ଷ ପାଳନ ପାଇଁ ସୁରକ୍ଷା ବଳୟ ଭିତରେ ରହିବ ଭୁବନେଶ୍ବର। ରାତି ୧୨ଟା ପରେ ରାଜଧାନୀର ପବ ଓ ଡ୍ୟାନ୍ସ ବାର ଖୋଲିବ ନାହିଁ। ଡିସେମ୍ବର ୨୪ରୁ ଜାନଆରୀ ୮ ତାରିଖ ପର୍ଯ୍ୟନ୍ତ ନିୟମ କଡ଼ାକଡ଼ି ପାଳନ କରାଯିବ। ରାଜଧାନୀର ପିକନିକ ପ୍ଲେସରେ କଡ଼ା ନଜର ରହିବ। ନିୟମ ଭାଙ୍ଗିଲେ ରଦ୍ଦ ହେବ ଲାଇସେନ୍ସ। ଆସନ୍ତା ସପ୍ତାହରୁ ବାର, ପବ, ରେଷ୍ଟୁରାଣ୍ଟ ଓ ହୋଟେଲ ଯାଞ୍ଚ ହେବ। ଭିଡ଼ ନିୟନ୍ତ୍ରଣ ପାଇଁ ପାଟ୍ରୋଲିଂ ସହ ନାକାବନ୍ଦୀ ବ୍ୟବସ୍ଥା ହେବ ବୋଲି ଅବକାରୀ ସୁପରିନଟେଣ୍ଡେଣ୍ଟ ପ୍ରଦୀପ ପଟ୍ଟନାୟକ ସୂଚନା ଦେଇଛନ୍ତି।






More Stories
ମୁଁ ଇସ୍ତଫା ଦେବି ନାହିଁ…..
ସରକାରୀ ଅର୍ଥରେ ରାଘବ ଚଢ଼ାଙ୍କୁ ଟାର୍ଗେଟ….
ଓଏଏସ୍ ସ୍ତରରେ ଅଦଳବଦଳ…..