Report Card Odisha

| Daily Odia News

ସବୁଜ କଦଳୀରେ ରହିଛି ଏହି ଗୁଣ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

କଦଳୀରେ ପ୍ରଚୁର ପରିମାଣରେ ପୋଟାସିୟମ ରହିଛି। ଯାହା ଆପଣଙ୍କ ମାଂସପେଶୀକୁ ସୁସ୍ଥ ରଖିବା ପାଇଁ ଜରୁରୀ।। ଏଥିରେ ବହୁ ପୋଷକ ତତ୍ତ୍ୱ ମଧ୍ୟ ରହିଛି। ଯାହା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ। ତେବେ ନିୟମିତ ସବୁଜ କଦଳୀ ଓ କଞ୍ଚା କଦଳୀ ସେବନ କରିବାର ଉପକାର ବିଷୟରେ ଜାଣିଛନ୍ତି କି ?
ସବୁଜ କଦଳୀରେ ଭିଟାମିନ ସି ଓ ଭିଟାମିନ ବି୬ ଭରପୁର ମାତ୍ରାରେ ରହିଛି। ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।
ସବୁଜ କଦଳୀ ଖାଇବା ଦ୍ୱାରା ରକ୍ତରେ ଶର୍କରାର ମାତ୍ରା ନିୟନ୍ତ୍ରଣ ହୋଇ ରହିଥାଏ।
ଏଥିରେ ଥିବା ପୋଷକ ତତ୍ତ୍ୱ ଓ ଫାଇବର ହଜମ କ୍ରିୟାକୁ ସୁସ୍ଥ ରଖିବା ସହ ପେଟ ଜନିତ ଅନେକ ସମସ୍ୟାକୁ ଦୂର କରିଥାଏ।
କଦଳୀରେ ଥିବା ଫାଇବର କୋଷ୍ଠକାଠିନ୍ୟ ଦୂର ସହ ପେଟକୁ ସୁସ୍ଥ ରଖିଥାଏ।
ଏହି କଦଳୀ ଖାଇବା ଦ୍ୱାରା ଅଧିକ ସମୟ ଯାଏଁ ପେଟ ଭର୍ତ୍ତି ହେବା ଭଳି ରହିଥାଏ। ଫଳରେ ବାରମ୍ବାର ଖାଦ୍ୟ ଖାଇବାକୁ ଇଚ୍ଛା ହୋଇନଥାଏ। ଏହାଦ୍ୱାରା ଓଜନ ନିୟନ୍ତ୍ରିତ ହୋଇ ରହିଥାଏ।
ସବୁଜ କଦଳୀ ଖାଇବା ଦ୍ୱାରା ଯକୃତକୁ ସୁସ୍ଥ ରଖିବାରେ ସାହଯ୍ୟ କରିଥାଏ।
ଏହି କଦଳୀକୁ ଆପଣ ପକୁଡି, ତରକାରୀ ପ୍ରସ୍ତୁତ କରି ଖାଇପାରିବେ।

Breaking News