ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜିଠାରୁ ଗୋଆରେ ଦୁଇଦିନିଆ ସାମଗ୍ରୀ ଓ ସେବା କର (ଜିଏସ୍ଟି) ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ ବିହାର ଉପ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଗଠିତ ୬ଜଣିଆ ମନ୍ତ୍ରୀସ୍ତରୀୟ ପ୍ୟାନେଲ ଶହେରୁ ଅଧିକ ଉତ୍ପାଦ ଉପରେ ଜିଏସ୍ଟି ହାରର ସମୀକ୍ଷା କରିବେ। ଯେଉଁଥିରେ ସାର, ହସ୍ତତନ୍ତ ଏବଂ ବୀମା ଉପରେ ଜିଏସ୍ଟି ହାରର ସମୀକ୍ଷା ହେବ। ଏହି ମନ୍ତ୍ରୀସ୍ତରୀୟ ପ୍ୟାନେଲର ପ୍ରସ୍ତାବ ଆସନ୍ତା ନଭେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ୫୫ତମ ଜିଏସ୍ଟି ପରିଷଦ ବୈଠକରେ ଉପସ୍ଥାପନ କରାଯିବ। ବର୍ତ୍ତମାନ ଜିଏସ୍ଟିର ଚାରିସ୍ତରୀୟ ଟିକସ ବ୍ୟବସ୍ଥା ରହିଛି, ଯେଉଁଥିରେ ୫, ୧୨, ୧୮ ଓ ୨୮% ସ୍ଲାବ୍ ରହିଛି। ୧୨% ଓ ୧୮% ସ୍ଲାବ୍ର ଏକତ୍ରୀକରଣ ପାଇଁ ଆଲୋଚନା ଚାଲିଛି।






More Stories
୨୦ରୁ ସଂସଦର ମୌସୁମୀ ଅଧିବେଶନ…..
ରାମ ମନ୍ଦିରରୁ ଚୋରି ଘଟଣା ଦୁଃଖଦାୟକ…..
ଯେକୌଣସି ମୁହୁର୍ତ୍ତରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ…..