ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ହରିୟାଣାରେ ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି ସଂକଳ୍ପ ପତ୍ର ଜାରି କରି ମହିଳାଙ୍କ ପାଇଁ ବଡ ଘୋଷଣା କରିଛି। ସଂକଳ୍ପ ପତ୍ର ଅଧୀନରେ ମହିଳାମାନଙ୍କୁ ପ୍ରତି ମାସରେ ୨୧୦୦ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଛି ଦଳ। ହରିୟାଣାରେ ପୁଣି ଥରେ ବିଜେପି କ୍ଷମତାକୁ ଆସିଲେ ମହିଳାଙ୍କୁ ଏହି ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଘୋଷଣା ପତ୍ର ଜାରି କରି କହିଛନ୍ତି। ପ୍ରତ୍ୟେକ ମହିଳାଙ୍କ ଆକାଉଣ୍ଟକୁ ସିଧାସଳଖ ୨୧ଶହ ଟଙ୍କା ପଠାଯିବ ବୋଲି କୁହାଯାଇଛି। ସବୁ ପରିସ୍ଥିତିରେ ବିଜେପି ଦେଇଥିବା ପ୍ରତିଶ୍ରୁତି ପାଳନ କରିଥାଏ ବୋଲି ଜେପି ନଡ୍ଡା କହିଛନ୍ତି। ୨୦୧୪ରେ ଭାରତୀୟ ଜନତା ପାର୍ଟି ଯାହା ପ୍ରତିଶ୍ରୁତି ଦେଇଥିଲା, ତାହା ପୂରଣ କରିଛି। ଲୋକସଭା ନିର୍ବାଚନରେ ଦଳ ଏଠାରେ ପରାଜୟ ହେବାର ଦୁଇଟି ପ୍ରମୁଖ କାରଣ ସାମ୍ନାକୁ ଆସିଥିଲା। ଗୋଟିଏ ହେଲା ଅଗ୍ନିପଥ ଯୋଜନା ଏବଂ ଅନ୍ୟଟି ଥିଲା ଚାଷୀଙ୍କ ଅସନ୍ତୋଷ। ଏଭଳି ସ୍ଥିତିରେ ଏଥର ଅଗ୍ନିପଥ ଯୋଜନାରେ ସରକାର ଅଗ୍ନିବୀରମାନଙ୍କୁ ଶତ ପ୍ରତିଶତ ସରକାରୀ ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। କେତେକଙ୍କୁ କେନ୍ଦ୍ର ଓ କିଛି ରାଜ୍ୟ ସ୍ତରରେ ନିଯୁକ୍ତି ଦିଆଯିବ।






More Stories
ଆଜି ସାରା ଦେଶରେ ଔଷଧ ଦୋକାନ ବନ୍ଦ…..
ଦେଶ ଏକ ବଡ଼ ‘ଆର୍ଥିକ ଝଡ଼’ର ସମ୍ମୁଖୀନ ହେବାକୁ ଯାଉଛି…..
୨୦ରେ ମିଳିବନି ଔଷଧ…..