ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମହିଳା ଗର୍ଭପାତ କରିବା କିମ୍ବା ନକରିବା କୁ ନେଇ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । ବମ୍ବେ ହାଇକୋର୍ଟ କହିଛନ୍ତି ଯେ, ଗର୍ଭଧାରଣ ଜାରି ରଖିବା କିମ୍ବା ନରଖିବା ଅଧିକାର ସମ୍ପୂର୍ଣ୍ଣ ମହିଳାଙ୍କ ଉପରେ ରହିଛି । ଏହି ଅଧିକାର କେବଳ ମହିଳାଙ୍କ ଏବଂ ସେ ଏହି ପ୍ରସଙ୍ଗରେ ନିଷ୍ପତ୍ତି ନେଇପାରିବେ । ୩୨ ସପ୍ତାହ ଗର୍ଭବତୀ ମହିଳାଙ୍କ ଆବେଦନ ଉପରେ ହାଇକୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି । ଗର୍ଭରେ ବଢ଼ୁଥିବା ଗର୍ଭସ୍ଥ ଶିଶୁର ମେଡିକାଲ ସମସ୍ୟା ଜାଣିବା ପରେ ମହିଳା ଜଣକ ଗର୍ଭପାତର ମଞ୍ଜୁରୀ ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ । କୋର୍ଟ କହିଛନ୍ତି ଯେ, ମହିଳାଙ୍କ ଅଧିକାରକୁ କୌଣସି ପ୍ରକାରରେ ବୁଝାମଣା କରାଯିବା ଉଚିତ ନୁହେଁ । ମହିଳାଙ୍କ ଗର୍ଭପାତକୁ ଅନୁମୋଦନ କରିବାବେଳେ ହାଇକୋର୍ଟ କହିଛନ୍ତି ଯେ, ଆମେ ବିଶ୍ୱାସ କରୁ ଯେ କୋର୍ଟ କେବଳ ତଥ୍ୟକୁ ବିଚାର କରିବା ଉଚିତ୍ ନୁହେଁ ବରଂ ଏହି ମାମଲା ସହ ଜଡିତ ପ୍ରଶ୍ନଗୁଡ଼ିକୁ ମଧ୍ୟ ବିଚାର କରିବା ଉଚିତ୍ ।






More Stories
ମଧ୍ୟପ୍ରଦେଶର ଆଗର ମାଲୱା ଦୁର୍ଘଟଣା;ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ…..
ଆଜିଠୁ ଏସୀୟ କ୍ରୀଡ଼ା ମହାକୁମ୍ଭ…..
ପାକିସ୍ତାନରେ ବିସ୍ଫୋରଣ;୧୫ ମୃତ…..