ରିପୋର୍ଟ କାର୍ଡ / କଟକ
ବିଜୁ ଜନତା ଦଳ ର ରାଉରକେଲା ବିଧାୟକ ସାରଦା ନାୟକଙ୍କ ନାଁରେ ଇଭିଏମ ଟାମ୍ପରିଂ ଅଭିଯୋଗ ମାମଲା ନେଇ ଓଡ଼ିଶା ହାଇକୋର୍ଟ ଆଜି ଶୁଣାଣି କରିଛନ୍ତି। ହାଇକୋର୍ଟ ଏହି ମାମଲାରେ ଉତ୍ତର ରଖିବାକୁ ସାରଦା ନାୟକଙ୍କୁ ନୋଟିସ୍ ଜାରି କରିଛନ୍ତି। ୧୯ ନଭେମ୍ବର ମାମଲାର ପରବର୍ତ୍ତୀ ଶୁଣାଣି ହେବ। ନିର୍ବାଚନରେ ମିଥ୍ୟା ସତ୍ୟପାଠ ଦାଖଲ ନେଇ ଅନ୍ୟ ଏକ ମାମଲାରେ ସାରଦା ନାୟକଙ୍କୁ ଉତ୍ତର ରଖିବାକୁ ୨୯ ଅକ୍ଟୋବର ଶେଷ ସୁଯୋଗ ବୋଲି କୋର୍ଟ କହିଛନ୍ତି। ୧୯ ନଭେମ୍ବର ମାମଲାର ପରବର୍ତ୍ତୀ ଶୁଣାଣି ହେବ। ନିର୍ବାଚନରେ ମିଥ୍ୟା ସତ୍ୟପାଠ ଦାଖଲ ନେଇ ଅନ୍ୟ ଏକ ମାମଲାରେ ସାରଦା ନାୟକଙ୍କୁ ଉତ୍ତର ରଖିବାକୁ ୨୯ ଅକ୍ଟୋବର ଶେଷ ସୁଯୋଗ ବୋଲି କୋର୍ଟ କହିଛନ୍ତି। ଗତ ସାଧାରଣ ନିର୍ବାଚନ ପରେ ମତଦାନ ଗଣତି କେନ୍ଦ୍ରରେ ସାରଦାଙ୍କ ଇଙ୍ଗିତରେ ଇଭିଏମ୍ ଟାମ୍ପରିଂ ହୋଇଥିବା ନେଇସ୍ଥାନୀୟ ଭୋଟର ରାଧେଶ୍ୟାମ ୟାଦବ ଅଭିଯୋଗ ଆଣିଥିଲେ। ଆବେଦନକାରୀ ଏହି ଅଭିଯୋଗ ସଂକ୍ରାନ୍ତୀୟ ସିସିଟିଭି ଫୁଟେଜ ଓ ଫଟୋ ମଧ୍ୟ କୋର୍ଟରେ ଦାଖଲ କରିଛନ୍ତି।
More Stories
ଭୁବନେଶ୍ୱରରେ ରାଷ୍ଟ୍ରପତି…..
ପୁଣି ଅଶାନ୍ତ ଶ୍ରୀକ୍ଷେତ୍ର:ଅଟୋଚାଳକଙ୍କୁ ହାଣୀଲେ ଦୃର୍ବୁତ୍ତ….
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ…..